ବଦଳିବ ଏହି ରାଜ୍ୟର ନାଁ, ବିଧାନସଭାରେ ପ୍ରସ୍ତାବ ହେଲା ପାରିତ !
ବଦଳିବ କେରଳର ନାଁ | ରାଜ୍ୟର ପିନରାଇ ବିଜୟନ ସରକାର ଜୁନ୍ 24 ରେ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛନ୍ତି। ଏହି ପ୍ରସ୍ତାବରେ ରାଜ୍ୟର ନାମ 'କେରଳ' ରୁ 'କେରଳମ୍' ରେ ପରିବର୍ତ୍ତନ କରିବାକୁ ସମ୍ବିଧାନରେ ସଂଶୋଧନ କରିବାକୁ କୁହାଯାଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଦ୍ୱାରା ନିଆଯାଇଥିବା ଏହି ସଂକଳ୍ପରେ ପ୍ରଥମ କାର୍ଯ୍ୟସୂଚୀରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଭାରତୀୟ ସମ୍ବିଧାନର ଧାରା 3 ଆହ୍ୱାନ କରାଯାଇଛି।

ସୂଚନାଯୋଗ୍ୟ ଯେ କେରଳ ସରକାର ଏଭଳି ପ୍ରସ୍ତାବ ନେଇ ବିଧାନସଭାକୁ ଆସିବା ପ୍ରଥମ ଘଟଣା ନୁହେଁ, ଗତ ବର୍ଷ ରାଜ୍ୟ ସରକାର ଏ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ କରିଥିଲେ । ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି । ଏହା ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ପରାମର୍ଶ ଦେଇଥିଲା । ଏବଂ 9 ଅଗଷ୍ଟ 2023 ରେ ପାରିତ ହୋଇଥିବା ସଂକଳ୍ପକୁ ପୁନର୍ବିଚାର କରିବାକୁ ସରକାରଙ୍କୁ କୁହାଯାଇଥିଲା।
ବିଜୟନ ଆହୁରି କହିଛନ୍ତି ଯେ ରାଜ୍ୟର ମାଲାୟାଲମ୍ ନାମ 'କେରଳମ୍' ସତ୍ତ୍ୱେ ଏହାକୁ ସରକାରୀ ଭାବେ 'କେରଳ' ଭାବେ ରେକର୍ଡ କରାଯାଇଛି। ଏହି ପ୍ରସ୍ତାବଟି ସରକାରୀ ନାମକୁ ମାଲାୟାଲମ୍ ଉଚ୍ଚାରଣ ସହିତ ସମାନ କରିବା ପାଇଁ ଲକ୍ଷ୍ୟ ରଖିଛି |












Click it and Unblock the Notifications