ମୂର୍ତ୍ତି ଗଢ଼ିବା ସମୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଉଥିଲା, ଏଭଳି ଏକ ବଡ଼ ଖୁଲାସା କଲେ ଅରୁଣ

Ram Mandir: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାମ ଲାଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜ ବର୍ତ୍ତମାନ ବଡ ଖୁଲାସା କରିଛନ୍ତି । ମୂର୍ତ୍ତି ଗଠନର ୭ ମାସରେ, ଯୋଗୀରାଜ ଅନେକ ଚମତ୍କାର ଘଟଣା ଏବଂ ଏପରି କିଛି ଅନୁଭୂତି ବାଣ୍ଟିଛନ୍ତି ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ରେ ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ଧାର୍ମିକ ସମାରୋହ ପରେ, ଏହି କାର୍ଯ୍ୟ ସମାପନ ହୋଇଥିଲା ।

ନିକଟରେ ଅରୁଣ ଯୋଗୀରାଜ ନିଜର ଅନୁଭୂତି ବଖାଣି କହିଛନ୍ତି,' ମୁଁ ଯେତେବେଳେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲି ସେ ସମୟରେ ପ୍ରତିଦିନ ସନ୍ଧ୍ୟା ୪ଟାରୁ ୫ଟା ଭିତରେ ଏକ ମାଙ୍କଡ଼ ଆସିଥାଏ । ମଝିରେ ଥଣ୍ଡା ପଡ଼ିବାରୁ ମୁଁ ମୂର୍ତ୍ତି ତିଆରୁ କରୁଥିବା ଘରର ଦ୍ୱାରା ବନ୍ଦ କରି ଦେଇଥିଲି । ଏହି ସମୟରେ ଉକ୍ତ ମାଙ୍କଡ଼ ଆସି କବାଟ ବାଡେଇ ଥିଲା । ମୁଁ ଦ୍ୱାର ଖୋଲିବାରୁ ସେ ଚୁପ ହୋଇ ସେଠାରେ ବସି ରହିଥିଲା । ଆଉ ଏକ ଲୟରେ ମୂର୍ତ୍ତିକୁ ଚାହିଁ ରହିଥିଲା । ଯେମିତି ଲାଗୁଥିବା ଉକ୍ତ ମାଙ୍କଡ଼ ପ୍ରଭୁ ହନୁମାନ ବେଶରେ ପ୍ରତିଦିନ ରାମଲଲ୍ଲାଙ୍କୁ ଦର୍ଶନ ପାଇଁ ଆସୁଥିଲା । ମୁଁ ଏବିଷୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବଙ୍କୁ ବି ଜଣାଇଥିଲି ।

arun yogiraj

ମୂର୍ତ୍ତି ତିଆରି କରିବା ସମୟରେ କେମିତି ଗଢ଼ିବି ଚିନ୍ତା କରୁଥିବା ବେଳେ ମୋର ହାତ ଆପଣଛାଏଁ ଚାଲିଥାଏ । ୭ମାସ ମୁଁ ଶୋଇ ପାରି ନାହିଁ ଆଖି ଖୋଲିଲେ ବୁଜିଲେ ମୋତେ ରାମଲଲ୍ଲା ହିଁ ଦେଖା ଯାଆନ୍ତି । ଜାନୁଆରି ୨୨ ତାରିଖରେ ରାମଲଲ୍ଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା ହେବାପରେ ଯାଇ ମୋତେ ଶାନ୍ତି ମିଳିଛି । ମୁଁ ଏବେ ନିଶ୍ଚିନ୍ତରେ କିଛିଦିନ ଶୋଇବାକୁ ଚାହୁଁଛି ବୋଲି କହିଛନ୍ତି ଅରୁଣ ଯୋଗୀରାଜ୍ ।

ଏଥି ସହିତ, ଶହ ଶହ ପ୍ରତିମାଙ୍କୁ ଆକୃତି ଦେଇଥିବା ଅରୁଣ ଯୋଗୀରାଜ ରାମଲାଲାଙ୍କ ମୁହଁ ଏବଂ ଆଖିରେ ଆକୃତି ଦେବା ପୂର୍ବରୁ ବଡ଼ ସନ୍ଦେହରେ ପଡ଼ିଥିଲେ , କାରଣ ସେ ବିଶ୍ୱାସ କରିଥିଲେ ଯେ ଏହି ପ୍ରତିମୂର୍ତ୍ତିକୁ ସମଗ୍ର ଦେଶ ତଥା ବିଶ୍ ଦ୍ୱାରା ପୂଜା କରାଯିବ ବୋଲି ମଧ୍ୟ ଭାବୁଥିଲେ ଆରୁଣ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+