ଆଜି ଜନଗଣନା ନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି

ଆଜି ଜନଗଣନା ନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ଦେଶରେ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା ହାଉସ୍ ଲିଷ୍ଟିଂ ଅପରେସନ (ଏଚ୍ଏଲ୍ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ ସୁବିଧାର ଯାଞ୍ଚ ହେବ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ) ସଂଗ୍ରହ କରାଯିବ। ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦେଶରେ ଆଗାମୀ ଦିନରେ ହେବାକୁ ଥିବା ଜାତିଗତ ଜନଗଣନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ବୈଠକରେ ସ୍ୱରାଷ୍ଟ୍ର ସଚିବ, ଆରଜି ଓ ସିସିଆଇ (ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନ୍ସସ କମିଶନର ଅଫ୍ ଇଣ୍ଡିଆ) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା ହାଉସ୍ ଲିଷ୍ଟିଂ ଅପରେସନ (ଏଚ୍ଏଲ୍ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ) ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ ପରିବାରର ପ୍ରତିଟି ବ୍ୟକ୍ତିଙ୍କ ସଂଖ୍ୟା, ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଏହି ସମୟରେ ଜାତିଗତ ଜନଗଣନା ମଧ୍ୟ ପ୍ରସ୍ତୁତ କରାଯିବ ।

Ministry will publish a gazette notification

ଜନସଂଖ୍ୟା ଓ ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪ ଲକ୍ଷ ଗଣନାକାର ତଥା ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯିବ । ଦେଶ ଆରମ୍ଭରୁ ଏହା ୧୬ତମ ତଥା ୧୯୪୭ରେ ସ୍ୱାଧୀନତା ଲାଭ କରିବା ପରେ ଏହା ଅଷ୍ଟମ ଜନଗଣନା ହେବ । ମୋବାଇଲ ଆପ୍ ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ଏହି ଜନଗଣନା କରାଯିବ । ସେହିଭଳି ଜନଗଣନା ସମୟରେ ଲୋକମାନଙ୍କ ତଥ୍ୟକୁ ଯେଭଳି ଗୋପନୀୟ ତଥା ସୁରକ୍ଷିତ ରଖାଯାଇପାରିବ ସେଥିଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+