Get Updates
Get notified of breaking news, exclusive insights, and must-see stories!

ଦେଶରେ ୧୦ବର୍ଷରେ ବୃଦ୍ଧି ପାଇଛି ୪୪ ପ୍ରତିଶତ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଗତ ୧୦ବର୍ଷ ମଧ୍ୟରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ୪୪ପ୍ରତିଶତ ବୃଦ୍ଧି ପାଇଛି । ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌହ୍ୱାନ କହିଛନ୍ତି ଦେଶ ୩୫୭ ମିଲିୟନ ଟନ୍‍ ଖାଦ୍ୟଶସ୍ୟ ଉତ୍ପାଦନ ସହ ରେକର୍ଡ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି ଏବଂ କୃଷକମାନଙ୍କ ସଂସ୍କାର ଲାଗି ତଥା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକ ଗୁଡ଼ିଏ ସଂସ୍କାରମୂଳକ ଯୋଜନା ପ୍ରଣୟନ କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଧାନ ଉତ୍ପାଦନ କ୍ଷେତ୍ରରେ ଭାରତ ଚୀନ୍‍କୁ ଅତିକ୍ରମ କରି ଶ୍ରେଷ୍ଠ ଉତ୍ପାଦନକାରୀ ଭାବେ ସାବ୍ୟସ୍ତ ହୋଇଛି । ସେହିପରି ଡାଲିଜାତୀୟ ଶସ୍ୟ ଉତ୍ପାଦନ ୧୯ ମିଲିୟନ ଟନ୍‍ରୁ ୨୬ ମିଲିୟନ ଟନ୍‍କୁ ବୃଦ୍ଧି ପାଇଛି । ଶ୍ରୀ ଚୌହ୍ୱାନ କହିଛନ୍ତି ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ୧୦୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବା ପରେ ଖାଦ୍ୟଶସ୍ୟ ଉତ୍ପାଦନରେ ସନ୍ତୁଳନ ଅଣାଯାଇ ପାରିଛି ।

parliament

ପଶ୍ଚିମବଙ୍ଗ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି । ଶ୍ରୀ ଚୌହ୍ୱାନ କହିଛନ୍ତି ଗତବର୍ଷ କେନ୍ଦ୍ର ସରକାର କୃଷକମାନଙ୍କୁ ସାର ଆବଣ୍ଟନ କ୍ଷେତ୍ରରେ ୧ .୮୬ ଲକ୍ଷ କୋଟି ଟଙ୍କାର ରିହାତି ପ୍ରଦାନ
କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+