ଜାନୁଆରୀ ୨୨କୁ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର
ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ରାଜନେତା, ଚଳଚ୍ଚିତ୍ର ଅଭିନେତା, ଅଗ୍ରଣୀ ଶିଳ୍ପପତି ଏବଂ ଅନ୍ୟମାନଙ୍କ ସମେତ 7,000 ରୁ ଅଧିକ ଲୋକ ଯୋଗଦେବେ । ଜାନୁଆରୀ ୨୨ରେ ପ୍ରଭୁ ରାମଙ୍କ ମନ୍ଦିରର ଉଦଘାଟନ ପାଇଁ ଅନେକ ରାଜ୍ୟରେ ଛୁଟି ଘୋଷଣା କରିଥିଲେ । ଆଜି ମଧ୍ୟ 22 ଜାନୁଆରୀକୁ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ବିଜେପି ନେତା ମଙ୍ଗଲ ପ୍ରଭାତ ଲୋଡା ସିଏମ ଏକନାଥ ସିନ୍ଧେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ତାଙ୍କର ଏକ ପୁରୁଣା ଚିଠିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ 22 ଜାନୁଆରୀରେ ମହାରାଷ୍ଟ୍ରରେ ସିଏମ ସିନ୍ଧେଙ୍କ ଠାରୁ ଛୁଟିଦିନ ମାଗିଥିଲେ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅନେକ ରାଜ୍ୟ ସହ କେନ୍ଦ୍ର ସରକାର ମଧ୍ୟ 22 ଜାନୁଆରୀକୁ ହାପ୍ ଡେ ଛୁଟି ଘୋଷଣା କରିଛନ୍ତି । ଓଡିଶା ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି ।

ଜାନୁଆରୀ 22 ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ତିନି ଦିନ ପୂର୍ବରୁ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ଶୁକ୍ରବାର ଦିନ ଉନ୍ମୋଚିତ ହୋଇଥିଲା। କଳା ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଆଖି ଉପରେ ଏକ ହଳଦିଆ କପଡା ବନ୍ଧା ହୋଇଛି ।












Click it and Unblock the Notifications