ପ୍ରକାଶ ପାଇଲା ବିଶ୍ୱର ସୈନ୍ୟଶକ୍ତି ଦେଶ ମାନଙ୍କର ତାଲିକା ; ଚତୁର୍ଥ ସ୍ଥାନରେ ଭାରତ, ଜାଣନ୍ତୁ କେତେ ନମ୍ବର ଅଛି ପାକିସ୍ତାନ

ଆମେରିକା, ଋଷ୍ ଓ ଚୀନ ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସୈନ୍ୟଶକ୍ତିକୁ ନେଇ ରାଙ୍କିଂ ସ୍ଥିର କରୁଥିବା ଗ୍ଲୋବାଲ ଫାୟାର ପାଓ୍ବାର ପକ୍ଷରୁ ନୂଆ ତାଲିକା ଜାରି ହୋଇଛି । ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନା । ଏହି ଲିଷ୍ଟରେ ପାକିସ୍ତାନ ୧୨ନଂ ସ୍ଥାନରେ ରହିଛି । ପଡ଼ୋଶୀ ରାଷ୍ଟ୍ର ପୂର୍ବ ଅପେକ୍ଷା ଆହୁରି ତଳକୁ ଖସିଛି । ଗତବର୍ଷ ନବମ ସ୍ଥାନରେ ରହିଥିବା ପାକିସ୍ତାନ । ଗ୍ଲୋବାଲ ଫାୟାର ପାଓ୍ବାର ଇଣ୍ଡେକ୍ସ ଅନୁଯାୟୀ, ସୁପରପାଓ୍ବାର ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଋଷ୍ ରହିଛି । ସେହିପରି ସୈନ୍ୟ ଶକ୍ତିରେ ତୃତୀୟ ସ୍ଥାନରେ ଚୀନ୍ ରହିଛି ।

military countrie

ପ୍ରାୟ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ ନେଇ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି । ସେଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି, ଲଜିଷ୍ଟିକ କ୍ଷମତା, ଭୌଗୋଳିକ ସ୍ଥିତି, ସୈନ୍ୟ ୟୁନିଟ୍‌ ଓ ରଣନୀତିକ ଦକ୍ଷତା ଭଳି ମାନଦଣ୍ଡ ରହିଛି । ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିବା ଅନ୍ୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ ଇଟାଲୀ । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର, ଜଳ-ସ୍ଥଳ-ଆକାଶରେ ସାମରିକ ଶକ୍ତି ବୃଦ୍ଧି ଯୋଗୁ ଭାରତର ସ୍ଥିତିରେ ଉନ୍ନତି ଘଟିଛି । ଅନ୍ୟପକ୍ଷରେ ପାକିସ୍ତାନର ଦୁର୍ବଳ ସାମରିକ ସ୍ଥିତି ଓ ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ ପାଇଁ ରହିଥିବା ଚାଲେଞ୍ଜର ମୁକାବିଲାରେ ବିଫଳ ହୋଇଥିବାରୁ ଏହା ତଳକୁ ଖସିଯାଇଛି । ତାଲିକାର ସବୁଠାରୁ ନିମ୍ନ ୧୪୫ତମ ସ୍ଥାନରେ ରହିଛି ଭୁଟାନ ।

ଭାରତୀୟ ସାମରିକ ଶକ୍ତି ବୃଦ୍ଧିର ସବୁଠାରୁ ବଡ ଘଟଣା ହେଉଛି ୩ ବାହିନୀର ଆଧୁନିକୀକରଣ । ସେନାରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ସକ୍ରିୟ ଯବାନ ରହିଥିଲା ବେଳେ ୧୧ ଲକ୍ଷ ୫୦ ହଜାର ସଂରକ୍ଷିତ ସୈନ୍ୟ ଏବଂ ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ହେଉଛନ୍ତି ଭାରତୀୟ ସାମରିକ ଶକ୍ତିର ସମ୍ବଳ । ସୈନ୍ୟଶକ୍ତିକୁ ଆହୁରି ସୁଦୃଢ଼ କରିଛି ଟି-୯୦ ଭିସ୍ମ ଓ ଅର୍ଜୁନ ଟ୍ୟାଙ୍କ, ବ୍ରହ୍ମୋସ ମିସାଇଲ ଏବଂ ପିନାକ ରକେଟ ସିଷ୍ଟମ । ଭାରତୀୟ ବାୟୁସେନା ମଧ୍ୟ ନିଜର ଶକ୍ତି ବଢ଼ାଇବାରେ ଲାଗିଛି । ବାୟୁସେନା ନିକଟରେ ଏବେ ୨୨୯୯ ବିମାନ ରହିଛି । ଯେଉଁଥିରେ ୬୦୦ ଫାଇଟର ଜେଟ୍‌, ୮୯୯ ହେଲିକପ୍ଟର ଓ ୮୩୧ ସମର୍ଥିତ ବିମାନ ରହିଛି । ରାଫେଲ, ସୁଖୋଇ-୩୦ ଏମ୍‌କେଆଇ ଓ ନେତ୍ର ସର୍ଭେଲାନ୍ସ ବିମାନ ବାୟୁସେନାର ଅନ୍ୟତମ ଶକ୍ତି । ରୁଦ୍ରମ, ଅସ୍ତ୍ର, ନିର୍ଭୟ ଓ ବ୍ରହ୍ମୋସ ସଂଶ୍ଳିଷ୍ଟ ବିମାନ ବାୟୁସେନାର ଶକ୍ତିକୁ ବଢ଼ାଇଦେଇଛି ।

ସେହିଭଳି ଭାରତୀୟ ନୌସେନାର ଶକ୍ତି ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ନୌସେନାରେ ୧ ଲକ୍ଷ ୪୨ ହଜାରରୁ ଅଧିକ ସକ୍ରିୟ ନାବିକ ସାମିଲ ଅଛନ୍ତି । ଏଥିସହ ୧୫୦ରୁ ଅଧିକ ଯୁଦ୍ଧଜାହାଜ, ଜାହାଜ ଓ ବୁଡାଜାହାଜ ମଧ୍ୟ ରହିଛି । ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ, ଆଇଏନ୍‌ଏସ୍‌ ବିକ୍ରାନ୍ତ ଭଳି ବିମାନବାହୀ ଯୁଦ୍ଧ ଜାହାଜ ଏବଂ ଆଣବିକ ବୁଡାଜାହାଜ, ପି-୮ଆଇ ମେରିଟାଇମ୍‌ ରେକନାଇଜାନ୍ସ ବିମାନ, ଏମ୍‌ଏଚ୍‌-୬୦ଆର ହେଲିକପ୍ଟର ନୌସେନାର ଶକ୍ତି ବଢ଼ାଇଛି । ବର୍ତ୍ତମାନ ୫୦ରୁ ଅଧିକ ଜାହାଜ, ବୁଡାଜାହାଜ ଓ ହେଲିକପ୍ଟର ନିର୍ମାଣ କରାଯାଉଛି । ଫଳରେ ଭାରତୀୟ ନୌସେନାର ଶକ୍ତି ଆଗାମୀ ଦିନରେ ଆହୁରି ବଢ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+