ଆସିଲା ଭାରତର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା; ଏକ ନମ୍ବରରେ ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ ଦ୍ଵିତୀୟରେ କିଏ ?
ମୁଡ ଅଫ ଦି ନେସନ (ଏମଓଟିଏନ)ସର୍ଭେରେ ଜନତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଶର ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ମାନିଛନ୍ତି। ସର୍ଭେ ଅନୁସାରେ ୩୫.୩ ପ୍ରତିଶତ ଲୋକେ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ଭୋଟ କରିଛନ୍ତି, ଏଣୁ ଲୋକପ୍ରିୟତା ସୂଚୀରେ ଯୋଗୀଙ୍କୁ ୧ ନମ୍ବର ସ୍ଥାନ ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସର୍ଭେ ଅନୁସାରେ ୧୦.୬ ପ୍ରତିଶତ ଲୋକେ ମମତା ବାନାର୍ଜୀଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବାଛିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୫.୨ ପ୍ରତିଶତ ଭୋଟରେ ଲୋକପ୍ରିୟତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ସର୍ଭେ ଦକ୍ଷିଣ ଭାରତରେ ଷ୍ଟାଲିନଙ୍କ ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣିତ କରିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁଙ୍କୁ ଲୋକେ ୫.୧ ପ୍ରତିଶତ ଭୋଟ କରିଛନ୍ତି। ଏଣୁ ଲୋକପ୍ରିୟତାର ଚତୁର୍ଥ ସ୍ଥାନରେ ଅଛନ୍ତି ଚନ୍ଦ୍ରବାବୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଜେବେନ୍ଦ୍ର ଫଡନବୀଶଙ୍କୁ ୪ ପ୍ରତିଶତ ଭୋଟ ମିଳିଛି ଓ ସୋ ଲୋକପ୍ରିୟତାର ପଞ୍ଚମ ସ୍ଥାନରେ ଅଛନ୍ତି।
ସର୍ଭେରେ ବାକି ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଜନ ସମର୍ଥନ ମିଳିଛି। ଫଳରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କୁ ୩.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱା ଶର୍ମା ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ୩.୪ ପ୍ରତିଶତ ଭୋଟ ମିଳିଛି। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ୨.୨ ପ୍ରତିଶତ ଭୋଟ ମିଳିଛି। ଏହି ସର୍ଭେର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ।
ଆଦିତ୍ୟନାଥ ଜନତାଙ୍କ ପ୍ରଥମ ପସନ୍ଦ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ମମତା ବାନାର୍ଜୀ ଲୋକପ୍ରିୟତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏମ.କେ.ଷ୍ଟାଲିନ, ଚନ୍ଦ୍ରବାବୁ ଓ ଦେବେନ୍ଦ୍ର ଫଡନବୀଶ ମଧ୍ୟ ଶୀର୍ଷ ୫ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଅଛନ୍ତି। ଏହି ରିପୋର୍ଟରୁ ରାଜ୍ୟମାନଙ୍କ ରାଜନୈତିକ ପରିଦୃଶ୍ୟର ଗୁରୁତ୍ୱପୂର୍ଣ୍ଣ ସଂକେତ ମିଳୁଛି।












Click it and Unblock the Notifications