ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କରିପାରିବ ନାହିଁ; ସୁପ୍ରିମକୋର୍ଟ

ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କିମ୍ବା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ପସନ୍ଦର ଜୀବନସାଥୀ ପାଇବାର ସ୍ୱାଧୀନ ଇଚ୍ଛାକୁ ଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

Supreme Court

ଶୁକ୍ରବାର ଏ ସମ୍ପର୍କିତ ରାୟ ଶୁଣାଇବା ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଗୁରୁତ୍ୱାରୋପ କରିଛନ୍ତି ଯେ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ଜାତୀୟ ଆଇନ କାର୍ଯ୍ୟକାରୀ କରିବାରେ ବ୍ୟକ୍ତିଗତ ଆଇନ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ଅପରାଧୀମାନଙ୍କୁ ଶେଷ ଉପାୟ ଭାବେ ଦଣ୍ଡିତ କରିବା ସମୟରେ ବାଲ୍ୟବିବାହ ନିବାରଣ ଓ ନାବାଳକଙ୍କ ସୁରକ୍ଷା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ବାଲ୍ୟ ବିବାହ ନିଷେଧ ଆଇନରେ କିଛି ତ୍ରୁଟି ରହିଛି। ବାଲ୍ୟ ବିବାହ ରୋକିବା ଏବଂ ସମାଜରୁ ଏହାକୁ ଦୂର କରିବା ପାଇଁ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ପ୍ରଣୟନ କରାଯାଇଥିଲା। ଏହି ଆଇନ ୧୯୨୯ର ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନର ସ୍ଥାନ ନେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+