କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀର ନିର୍ଯାସ ଭବିଷ୍ୟତକୁ ଅତ୍ୟାଧୁନିକ, ନବସୃଜନଚାଳିତ ଏବଂ ସୁଯୋଗରେ ପରିପୂର୍ଣ୍ଣ କରିବ ;ପ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ପ୍ରଦର୍ଶନୀ-୨୦୨୬କୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଦର୍ଶନୀରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି । ଇଲେକ୍ଟ୍ରୋନିକ୍ସ, ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଇ.ଟି. ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ପାଞ୍ଚଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ' ଭାରତ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ସହ ଆୟୋଜିତ ହୋଇଛି ।
ଏହି ପ୍ରଦର୍ଶନୀରେ ଏ.ଆଇ. ଇକୋସିଷ୍ଟମ୍ରେ ଅନ୍ତର୍ଜାତୀୟ ସହଭାଗିତାକୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ନେଇ ୧୩ଟି ଦେଶ ଅଷ୍ଟ୍ରେଲିଆ, ଜାପାନ, ରୁଷ୍, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍, ସ୍ୱିଜରଲାଣ୍ଡ, ସର୍ବିୟା, ଏଷ୍ଟୋନିଆ, ତାଜିକିସ୍ତାନ ଏବଂ ଆଫ୍ରିକାର ପାଭିଲିୟନ ସ୍ଥାନ ପାଇଛି । କୃତ୍ରିମ ବୁଦ୍ଧିମତା ରୂପାନ୍ତରରେ ଭାରତ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି, 'ସର୍ବଜନ ହିତାୟ, ସର୍ବଜନ ସୁଖାୟ' ଦୃଷ୍ଟିକୋଣ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।

ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରଶାସନ ଏବଂ ଉଦ୍ୟୋଗ ଭଳି ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଆଧାରିତ ପରିବର୍ତ୍ତନ ହେଉଛି। ଏ.ଆଇ.ର ଦାୟିତ୍ୱପୂର୍ଣ୍ଣ ଉପଯୋଗ, ନବସୃଜନ ଏବଂ ସହଭାଗିତାକୁ ଏହି ସମ୍ମିଳନୀ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ଅତ୍ୟାଧୁନିକ ଗବେଷଣା ଦ୍ୱାରା ଏହା ତ୍ୱରାନ୍ୱିତ ହୋଇଥିବା ସେ କହିଛନ୍ତି।
ଏହି ଶିଖର ସମ୍ମିଳନୀର ନିର୍ଯାସ ଭବିଷ୍ୟତକୁ ଅଧିକ ଆଧୁନିକ, ନବସୃଜନଚାଳିତ ଏବଂ ସୁଯୋଗରେ ପରିପୂର୍ଣ୍ଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ-୨୦୨୬ ଅବସରରେ "ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଭାବପାଇଁ ଏ.ଆଇ. ସ୍କେଲିଂ : ସରକାରୀ-ଘରୋଇ ସହଭାଗିତା" ବିଷୟବସ୍ତୁ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ରର ଆୟୋଜନ କରିଥିଲା । କାର୍ଯ୍ୟକ୍ରମରେ ଭାଗନେଇ ୟୁନିସେଫ୍ ପ୍ରତିନିଧି ସିଫିଆ ମୈକ୍ କୈଫ୍ରି' ଶିଶୁମାନଙ୍କପାଇଁ ଏକ ସୁରକ୍ଷିତ ଓ ଅନ୍ତର୍ଭୁକ୍ତିପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା ବିକଶିତ କରିବାପାଇଁ ଆହ୍ୱାନ ଦେଇଛନ୍ତି ।












Click it and Unblock the Notifications