ଜାମ୍ମୁ-କାଶ୍ମୀର ସଂଶୋଧନ ବିଲ୍ ପାରିତ

Parliament Winter Session 2023: ସଂସଦାରେ ଶୀତକାଳୀନ ଅଧିବେଶନରେ ବିରୋଧିଙ୍କ ହୋହଲ୍ଲା ମଧ୍ୟରେ ଜାମ୍ମୁ କାଶ୍ମୀର ସଂଶୋଧନ ବିଲ୍, 2023 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, 2023 ଲୋକସଭାରେ ପାରିତ ହୋଇଯାଇଛି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କହିଛନ୍ତି , ଯେ ପାକିସ୍ତାନ ଦଖଲ କରିଥିବା କାଶ୍ମୀର (ପିଓକେ) ର ସମସ୍ୟା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଛି ।

ଗୃହମନ୍ତ୍ରୀଙ୍କ କହିବାନୁସାରେ, ନେହେରୁଙ୍କର ଦୁଇଟି ଭୁଲ ଯୋଗୁଁ ଜାମ୍ମୁ କାଶ୍ମୀରରେ କ୍ଷତି ହୋଇଥିଲା । ପ୍ରଥମେ, ଅସ୍ତ୍ରବିରତି ଘୋଷଣା ଏବଂ ଦ୍ୱିତୀୟ, କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେଇ। ସେ କହିଛନ୍ତି, ଭାରତୀୟ ସେନା ଯେତେବେଳେ ବିଜୟୀ ହେଉଥିଲା ସେତେବେଳେ ପଞ୍ଜାବ ପ୍ରଦେଶରେ ପହଞ୍ଚିବା କ୍ଷଣି ସିଜଫାୟାର ଘୋଷଣା କରାଯାଇଥିଲା । ଯାହାଫଳରେ ପୂରା କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ହିଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।

Parliament Winter Session 2023

ସେ ଆହୁରି କହିଛନ୍ତି, ଯଦି ତିନି ଦିନ ପରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥାନ୍ତା ତେବେ ପିଓକେ ଆଜି ଭାରତର ଏକ ଅଂଶ ହୋଇଥାନ୍ତା। ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେବା ନେହେରୁଙ୍କର ଏକ ବଡ ଭୁଲ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି, ପୂର୍ବରୁ ଜାମ୍ମୁରେ 37 ଟି ସିଟ୍ ଥିଲା, ବର୍ତ୍ତମାନ 43 ଟି ଅଛି। ପୂର୍ବରୁ କାଶ୍ମୀରରେ 46 ଟି ଥିଲା, ବର୍ତ୍ତମାନ 47 ଟି ଏବଂ 24 ଟି ସିଟ୍ ରହିଛି ।

ସେପଟେ ଶାହଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଆହୁରି କହିଛନ୍ତି, ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହିଯାଇଥିବା ଲୋକଙ୍କୁ ପୁଣି ଥରେ ଆଗକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ହେଲେ ଯେଉଁ ମାନେ ଭୋଟବ୍ୟାଙ୍କ ପାଇଁ ଯେଉଁମାନେ ଏହାକୁ ଉପଯୋଗ କରୁଥିଲେ ସେମାନେ ଏହାକୁ ବିରୋଧ କରିବେ ।

ଅମିତା ଶାହ ଧାରା ୩୭୦ ଉଚ୍ଛେଦକୁ ନେଇ କହିଛନ୍ତି, ଯେତେବେଳେ ଏହି ଧାରା ଉଚ୍ଛେଦ କରାଯାଇଥିଲା ସେତେବେଳେ ଅନେକ କହିଥିଲେ କାଶ୍ମୀରରେ ରକ୍ତର ନଦୀ ବହିବ । ହେଲେ ରକ୍ତର ନଦୀ ତ ଛାଡନ୍ତୁ ବରଂ କେହି ଏକ ପଥର ଉଠାଇବା ପାଇଁ ମଧ୍ୟ ସାହାସ କରିନଥିଲେ । ଧାର ୩୭୦ ବହୁ ପୂର୍ବରୁ ହଟାଇବାର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+