Attari Border: ମା'ଠୁ ଅଲଗା ହୋଇ ପାକିସ୍ତାନ ଫେରିଲେ ଜୈନବ୍ ଓ ଜେନିଶ, କହିଲେ କେମିତି ରହିବୁ
Attari Border: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଉଛି। ଭାରତ ଅଟାରୀ ସୀମାକୁ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି ଏବଂ ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଛି । ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶ ଛାଡି ପାକିସ୍ତାନ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୟ ମଧ୍ୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖି ସାମ୍ନାକୁ ଆସିଛି। ଯାହା ମଧ୍ୟରୁ ସବୁଠାରୁ ଯନ୍ତ୍ରଣାଦାୟକ ହେଉଛି ନିଷ୍ପାପ ଶିଶୁମାନଙ୍କର କାହାଣୀ ଯେଉଁମାନେ ନିଜ ମାଆଙ୍କଠାରୁ ଅଲଗା ହେବା ପରେ ପାକିସ୍ତାନ ଫେରିବାକୁ ବାଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ୧୧ ବର୍ଷୀୟା ଜୈନବ ଏବଂ ୮ ବର୍ଷୀୟା ଜେନିଶ ସେମାନଙ୍କ ଜେଜେମାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ।

କିନ୍ତୁ ଏବେ ତାଙ୍କୁ ତାଙ୍କ ମାଆଙ୍କୁ ଭାରତରେ ଛାଡି ପାକିସ୍ତାନ ଫେରିବାକୁ ପଡିବ, କାରଣ ତାଙ୍କ ମାଆଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି। ଯେତେବେଳେ ଝିଅମାନଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ ଅଛି । ସେମାନେ ସେହି ଦେଶର ନାଗରିକ। ବିଦାୟ ସମୟରେ ଜୈନବଙ୍କ ଆଖିରେ ଲୁହ ଝରୁଥିବାର ଦେଖିବା ପାଇଁ ମିଳିଥିଲା । ସେ କହିଥିଲେ, 'ମୁଁ ମୋ ମାଆଙ୍କ ବିନା ଫେରୁଛି, ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ମୋ ମାଆ ବିନା ବଞ୍ଚିପାରିବି ନାହିଁ।
ଜୈନବ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର ଦଣ୍ଡ ଦାବି କରି କହିଛନ୍ତି ଯେ, ଏପରି ଆକ୍ରମଣ କେବଳ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେଇ ନାହିଁ ଏହାସହ ଅନେକ ପରିବାରକୁ ମଧ୍ୟ ଭାଙ୍ଗ ଦେଇଛି । ଆମ ପରି ସାଧାରଣ ଲୋକ ଏହି ଲଢ଼େଇର ଶିକାର ହେବା ଉଚିତ୍ ନୁହେଁ। ଅନେକ ଛୋଟ ଛୋଟ ପିଲା ନିଜ ମା'ଙ୍କଠୁ ଅଲଗା ହେବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications