ସମ୍ଭଲ ହିଂସା ପଛରେ ଆଇଏସଆଇର ହାତ !
ସମ୍ଭଲ ହିଂସା ପଛରେ ଦାଉଦ, ଆଇଏସଆଇର ହାତ । ୟୁଏଇରେ ରଚାଯାଇଥିଲା ଦଙ୍ଗା ଷଡଯନ୍ତ୍ର । ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରୁ ଏସବୁ ତଥ୍ୟ ସାମ୍ନାକୁ ଆସିଛି । ନଭେମ୍ବର ୨୪ ତାରିଖ ହୋଥଇବା ହିଂସା କାଣ୍ଡର ୪ ହଜାର ୪୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ୟୁପିର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଏହି ହିଂସା କାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଆହତ ହୋଇଥିଲେ ।

ଚାର୍ଜସିଟରୁ ଜଣାପଡିଛି ଯେ, ସମ୍ବଲ ଅଞ୍ଚଳର ସାରିଖ ସଥା ନାମକ ଜଣେ ବ୍ୟକ୍ତି ଯିଏ ୟୁଏଇରେ ରହୁଛନ୍ତି। ସେ ହିଁ ମୁଖ୍ୟ ଅଭିଯୁକ୍ତ। ସାରିଖ ପୂର୍ବରୁ ଏକ କାର ଚୋରି ଗ୍ୟାଙ୍ଗ ଚଳାଉଥିଲେ। ଦିଲ୍ଲୀ ଏନସିଆର ଅଞ୍ଚଳରୁ ୩୦୦ରୁ ଅଧିକ କାର ଚୋରି କରିଥିଲା। ସାରିଖଙ୍କ ସହ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରହିମ ଏବଂ ପାକିସ୍ତାନର ଆଇଏସଆଇ ସହ ସମ୍ପର୍କ ଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ହିସାକାଣ୍ଡ ରଚିବା ପରେ ସାରିଖ ନକଲି ପାସପୋର୍ଟ ସହାୟତାରେ ଦେଶ ବାହାରକୁ ପଳାଇଥିଲା। ସାରିଖର ସମ୍ବଲରେ ରାଜନୈତିକ ସମ୍ପର୍କ ଭଲ ଥିଲା। ପୁଲିସ ପାକିସ୍ତାନ ଏବଂ ଆମେରିକା ନିର୍ମିତ ଗୁଳି ଜବତ କରିଛି । ହିଂସା ପାଇଁ ସମ୍ବଲର ବହୁତ ଲୋକଙ୍କ ପାଖକୁ ବେଆଇନ ଭାବେ ଟଙ୍କା ମଧ୍ୟ ଆସିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଚାର୍ଜସିଟରେ ଥିବା ନାମ ମଧ୍ୟରୁ ୭୯ଜଣ ଏବେ ଜେଲରେ ଅଛନ୍ତି।












Click it and Unblock the Notifications