ବିଜେପିରେ ସାମିଲ ହେଲେ ଦ ଗ୍ରେଟ୍ ଖଲି
ବିଖ୍ୟାତ ରେସଲର ଖଲି (Wrestler The Great Khali) ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ନୂଆଦିଲ୍ଲୀ: ବିଖ୍ୟାତ ରେସଲର ଖଲି (Wrestler The Great Khali) ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀରେ ବିଧିବଦ୍ଧ ଭାବରେ ବିଜେପି ସଦସ୍ୟତା ପ୍ରଦାନ କରାଯାଇଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ଗ୍ରେଟ୍ ଖଲି ବିଜେପିରେ ଏଣ୍ଟ୍ରି ମାରିବା ପରେ, ଏହା ନିହାତି ରୂପେ ବିଜେପି ପାଇଁ ଲାଭଦାୟକ ହୋଇପାରେ ବୋଲି ଆଶା କରାଯାଇଛି।

ହିମାଚଳ ପ୍ରଦେଶରେ ଖଲିଙ୍କ ଘର । ତାଙ୍କର ପ୍ରକୃତ ନାମ ହେଉଛି ଦଲିପ ସିଂ ରାଣା । ସୂଚନା ଥାଉକି, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ଚର୍ଚ୍ଚା ହେଉଥିଲା କି ସେ ତାଙ୍କ ପାର୍ଟିରେ ମିଶିବେ । ହେଲେ ତା'ପରେ ଅଖିଳେଶ ତାଙ୍କ ସହିତ କ'ଣ ହେଲା, ତାହା ଜଣାପଡିଲାନି । ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ବିଜେପିରେ ଯୋଗ ଦେବା ପରେ ଖୁସି ଅନୁଭବ କରୁଥିବା କଥା କହିଛନ୍ତି ।
#WATCH Professional wrestler Dalip Singh Rana, also known as The Great Khali, joins BJP in Delhi pic.twitter.com/BmB7WbpZzx
— ANI (@ANI) February 10, 2022
ସେ କହିଛନ୍ତି, ଏପରି କୌଣସି ଦେଶ ବାକି ଅଛି ଯେଉଁଠାରେ ମୁଁ କୁସ୍ତି କରି ନାହିଁ । ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ ମୁଁ ଆମେରିକାରେ ରହିଥା'ନ୍ତି । କିନ୍ତୁ ମୁଁ ମୋ ଦେଶ ଭାରତକୁ ଭଲପାଏ, ଦେଶ ପ୍ରତି ମୋର ଭଲପାଇବା ଅଛି । ମୋଦିଙ୍କ ରୂପରେ ଦେଶକୁ ମିଳିଛି ଉପଯୁକ୍ତ ପ୍ରଧାନମନ୍ତ୍ରୀ । ଏଥିପାଇଁ ଦେଶରେ ରହି ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି ବୋଲି ଚିନ୍ତା କରିଛି । ଏହାସହ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଗ୍ରେଟ୍ ଖଲି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଆଦର୍ଶ ଦ୍ୱାରା ମୁଁ ପ୍ରଭାବିତ ହୋଇଛି ।












Click it and Unblock the Notifications