ଇସ୍ତଫା ଦେଲେ ରାଜ୍ୟପାଳ, ଲଢ଼ିବେ ଲୋକସଭା ନିର୍ବାଚନ !

ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀର ଲେଫ୍ଟନାଣ୍ଡ ଗଭର୍ଣ୍ଣରଙ୍କ ଅତିରିକୁ ଦାୟିତ୍ଵ ମଧ୍ୟ ରହିଛି। ପୁନର୍ବାର ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । 2019 ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ମୁଖ୍ୟ ଥିଲେ ସୌନ୍ଦରାଜନ । ସେପ୍ଟେମ୍ବର 2019 ରେ, ସେ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

Tamilisai Soundarajan

କିରଣ ବେଦୀଙ୍କୁ ହଟାଇବା ପରେ ତାଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅତିରିକୁ ଦାୟିତ୍ଵ ଦିଆଯାଇଥିଲା। ଭେଟେରାନ୍ କଂଗ୍ରେସ କର୍ମୀ କୁମାରୀ ଅନନୁଙ୍କ ଝିଅ ସୌନ୍ଦରାଜନ ରାଜ୍ୟପାଳ ହେବା ପୂର୍ବରୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେପିରେ ବିତାଇଥିଲେ ।

ସୌନ୍ଦରାଜନ ବିଜେପି ତାମିଲନାଡୁର ପୂର୍ବତନ ସଭାପତି ଥିଲେ। ସେ 2024 ରେ ତାମିଲନାଡୁରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ରହିଛି। ସେ ଦିଲ୍ଲୀରେ ଇସ୍ତଫା ଦେଇଛନ୍ତି। ବିଜେପି ଘୋଷଣା କରିଥିବା ତୃତୀୟ ତାଲିକାରେ ତାଙ୍କ ନାମ ଥାଇପାରେ ବୋଲି ଏକ ସମ୍ଭାବନା ରହିଛି। ସୋମ‌ବାର ସକାଳେ ସେ ତାଙ୍କ ଚିଠିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ଯାହା ସନ୍ଧ୍ୟା ସୁଦ୍ଧା ଗ୍ରହଣ କରାଯାଇପାରେ । ରାଜ୍ୟପାଳ ହେବା ପରେ ସୌନ୍ଦରାଜନ ନିର୍ବାଚନ ରାଜନୀତିକୁ ଫେରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+