ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : 22 ଜାନୁୟାରୀ 2024 ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଷୟରେ ବଡ ସୂଚନା ବାହାରକୁ ଆସୁଛି । ଏହି କାର୍ଯ୍ୟକ୍ରମରେ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଆୟୋଜକ ରାଜ୍ୟ ହୋଇଥିବାରୁ କେବଳ ମୁଖ୍ୟମନ୍ତ୍ରୀ ତଥା ୟୁପି ରାଜ୍ୟପାଳ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ajodhya

ଏହି କାର୍ଯ୍ୟକ୍ରମରେ 4000 ସାଧୁ ତଥା ଦେଶର 2500 ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ନିର୍ମାଣ ଏବଂ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ଗତ ଗୁରୁବାର ନିଜେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ପରିଦର୍ଶନ କରି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିଥିଲେ ।

ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦରକୁ ମଧ୍ୟ 30 ଡିସେମ୍ବରରେ ଉଦଘାଟନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ବିମାନବନ୍ଦରକୁ ମଧ୍ୟ ଯାଞ୍ଚ କରିଥିଲେ । ସମ୍ପ୍ରତି ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କଠାରୁ ମଧ୍ୟ ବୁଝୁଛନ୍ତି । ଯାଞ୍ଚ ସମୟରେ ସ୍ଥାନୀୟ ଜନ ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଉଛି ।

ରାମ ମନ୍ଦିର ପ୍ରାଣ ପପ୍ରତିଷ୍ଠା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସରକାର ମଧ୍ୟ ବିଶେଷ ନିର୍ଦ୍ଦେଶନାମା ଦେଇଛନ୍ତି। ଡେପୁଟି ସିଏମ୍ ବ୍ରଜେଶ ପଠକ କହିଛନ୍ତି ଯେ ଭକ୍ତମାନେ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ପାଇବାକୁ ଆମେ ସ୍ୱାସ୍ଥ୍ୟ ସେବା ଏବଂ ସମସ୍ତ ଡାକ୍ତରଖାନାର ସମୀକ୍ଷା କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+