ସରକାରଙ୍କ ବଡ ନିଷ୍ପତ୍ତି ;ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍‌ ଲାଗିଇଲେ ଦିଲ୍ଳୀ ସରକାର

ଏଥର ରଜଧାନୀରେ ଫୁଟିବନି ବାଣ। ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍‌ ଲାଗିଇଲେ ଦିଲ୍ଳୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରକାର।

Delhi Government

ପୂର୍ବ ବର୍ଷ ଭଳି ଏଥର ବି ଦିଲ୍ଳୀରେ ବାଣ ଫୁଟିବନି। ଦୀପାବଳିରେ ବାଣ ଫୁଟାଇବା ପରେ ଲାଗିଛି କଟକଣା। ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା ହୋଇଛି। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଆପ୍‌ ସରକାର।

ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଶୀତ ଦିନରେ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଏହି କଟକଣା ଲାଗୁ କରାଯାଇଛି। ପରିବେଶର ସ୍ୱଚ୍ଛତା ବିଷୟରେ ସଚେତନ ହେବା ଏବଂ ପ୍ରଦୂଷଣକୁ ରୋକିବାରେ ସରକାରଙ୍କ ସହ ସହଯୋଗ କରିବାକୁ ଦିଲ୍ଲୀବାସୀଙ୍କୁ ମନ୍ତ୍ରୀ ଗୋପାଳ ରାୟ ନିବେଦନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+