ବଡ ପଦକ୍ଷେପ ଗ୍ରହଣ କଲେ ଭାରତ ସରକାର; ପାକିସ୍ତାନ ଓ ବାଂଲାଦେଶକୁ ପଠାଇଲେ ନିମନ୍ତ୍ରଣ, ଜାଣନ୍ତୁ କାହିଁକି ?

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଉପଲକ୍ଷେ ଆୟୋଜନ ହେବାକୁ ଯାଉଛି 'ଅବିଭକ୍ତ ଭାରତ' ନାଁରେ ଗୋଟିଏ ସେମିନାର। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ଓ ବାଂଲାଦେଶ ସମେତ ଅନ୍ୟ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଥମଥର ପାଇଁ ଭାରତ ସରକାର ସବୁ କିଛି ବିବାଦକୁ ଭୁଲି ଏଭଳି ଏକ ପଦକ୍ଷେପ ନେଇଛନ୍ତି।

Undivided India

'ଅବିଭକ୍ତ ଭାରତ' ସେମିନାର କାର୍ଯକ୍ରମରେ ଯୋଗଦେବାକୁ ଭାରତ ପକ୍ଷରୁ ପକ୍ଷରୁ ପାକିସ୍ତାନ, ବାଂଲାଦେଶ, ଭୁଟାନ, ଆଫଗାନିସ୍ତାନ, ମିଆଁମାର, ମାଳଦ୍ୱୀପ, ଶ୍ରୀଲଙ୍କା ଓ ନେପାଳକୁ ଡକାଯାଇଛି। ଏହି ଦେଶଗୁଡ଼ିକ ବ୍ୟତୀତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମଧ୍ୟପ୍ରାଚ୍ୟ, କେନ୍ଦ୍ରୀୟ ଓ ଦକ୍ଷିଣପଶ୍ଚିମ ଏସିଆର ଅଧିକାରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଭାରତର ନିମନ୍ତ୍ରଣ ପରେ ପାକିସ୍ତାନ କାର୍ଯ୍ୟକ୍ରମରେ ଯୋଗଦେବ ବୋଲି ନିଶ୍ଚିତ କରିଛି। କିନ୍ତୁ ବାଂଲାଦେଶର ଅନ୍ତରୀଣ ସରକାର 'ଅବିଭକ୍ତ ଭାରତ' କାର୍ଯ୍ୟକ୍ରମକୁ ନେଇ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି।

ପାଣିପାଗ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଢାକା ନିମନ୍ତ୍ରଣ ଅନୁସାରେ ଆସିବାକୁ ନିଶ୍ଚିତ କଲେ, ଏହା ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହେବ। ଆଇଏମଡିର ପ୍ରତିଷ୍ଠା ବେଳେ ଯେଉଁମାନେ ଅଂଶବିଶେଷ ଥିଲେ, ଏବେ ସେସବୁ ଦେଶର ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ଆମେ ଚାହୁଁଛୁ।

ଆଇଏମଡିର ୧୫୦ ବର୍ଷ ପୂର୍ତ୍ତିକୁ ଅଧିକ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ଏକାଧିକ ମନ୍ତ୍ରଣାଳୟ ଲାଗି ପଡ଼ିଛନ୍ତି। କାର୍ଯ୍ୟକ୍ରମ ସମୟରେ ଅର୍ଥ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଭାବେ ୧୫୦ ଟଙ୍କିଆ ମୁଦ୍ରା ଜାରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼କୁ ଅନୁମତି ଦେବାକୁ ଚାହୁଁଥିବା ଜଣାପଡ଼ିଛି।

୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା। ପ୍ରଥମ ପାଣିପାଗ ଆକଳନ ମେସିନ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ପ୍ରତିଷ୍ଠା ହୋଇଥିଲା। ୧୭୮୫ରେ କ୍ୟାଲକାଟା, ୧୭୯୬ରେ ମାଡ୍ରାସ ଓ ୧୮୨୬ରେ ବମ୍ବେ ରେ ପାଣିପାଗ ଆକଳନ ପାଇଁ ଆବଶ୍ୟକ ମେସିନ ପ୍ରତିଷ୍ଠା ହୋଇଥିଲା।

୧୮୬୪ରେ କ୍ୟାଲକାଟାରେ ଭୟଙ୍କର ବାତ୍ୟା ହେବାରୁ ୧୮୭୫ରେ ଭାରତୀୟ ପାଣିପାଗ ବିଭାଗ ବିଧିବଦ୍ଧ ଭାବେ ସ୍ଥାପନ ହୋଇଥିଲା। ଏହାପୂର୍ବରୁ ୧୮୬୬ ଓ ୧୮୭୧ରେ ମୌସୁମୀ ଫେଲ ମାରିବା ବିରାଟ କ୍ଷତି ପହଞ୍ଚାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+