'କୃଷି ଏବଂ କୃଷକଙ୍କ ଉନ୍ନତି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି'
କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଏବଂ କୃଷକଙ୍କ ଉନ୍ନତି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏ ଦିଗରେ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଉତ୍ପାଦ କିଣିବା ପାଇଁ କୁହାଯାଇଛି ବୋଲି ସେ କହିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କ୍ରୟ ଯେପରି କମ୍ ନ ହୁଏ ସେଥିପାଇଁ ରାଜ୍ୟ ସରକାର ଧ୍ୟାନଦେବାକୁ ପରାମର୍ଶ ଦିଆଯାଇଛି ।
ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନାରେ ଏମ୍.ଏସ୍.ପି.ରେ ଉତ୍ପାଦ କ୍ରୟ ଜାରି ରହିଛି । ଏହି ରାଜ୍ୟ ଗୁଡ଼ିକରେ ଗତ ୨୫ ତାରିଖ ସୁଦ୍ଧ ମୋଟ୍ ୨ ଲକ୍ଷ ୪୬ ହଜାର ଟନ୍ ହରଡ଼ କ୍ରୟ କରାଯାଇଛି । ଏହାଦ୍ୱାରା ୧ ଲକ୍ଷ ୭୧ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶରେ ହରଡ଼ର କ୍ରୟ ମୂଲ୍ୟ ଏମ୍.ଏସ୍.ପି. ଠାରୁ ଅଧିକ ରହିଛି ।

ଡାଲିର ଘରୋଇ ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କୁ ପ୍ରୋତ୍ସାହିତ କରିବା ଓ ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ସରକାର ଚଳିତ ବର୍ଷ ମୂଲ୍ୟ ସହାୟକ ଯୋଜନା ଅଧୀନରେ ହରଡ଼ ସମେତ ଡାଲି ଜାତୀୟ ଖାଦ୍ୟଶସ୍ୟକୁ କ୍ରୟ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଉତ୍ପାଦ ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ଭାବେ କ୍ରୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି ମାଧ୍ୟମରେ ଚାଷୀଙ୍କ ଠାରୁ ଶତପ୍ରତିଶତ ହରଡ଼ କିଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।












Click it and Unblock the Notifications