Get Updates
Get notified of breaking news, exclusive insights, and must-see stories!

'ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ସୁଫଳ କୃଷି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଉପଲବ୍ଧ କରାଇବା ଦିଗରେ ଯତ୍ନବାନ ଅଛନ୍ତି ସରକାର'

ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ଚୁକ୍ତିନାମାର ସୁଫଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ସମ୍ବେଦନଶୀଳ କ୍ଷେତ୍ର ଗୁଡ଼ିକରେ ଯେଭଳି ଉପଲବ୍ଧ ହେବ ସେଦିଗରେ ସରକାର ଯତ୍ନବାନ ଅଛନ୍ତି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଆଜି ରାଜ୍ୟସଭାରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଶ୍ରୀ ଗୋୟଲ କହିଛନ୍ତି, ଏହି ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ର, ଶିଳ୍ପପତି, ଦକ୍ଷ କାରିଗର ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକ ଲାଭବାନ ହୋଇପାରିବେ ।

piyus

ଦେଶରେ ଉତ୍ପାଦନ କ୍ଷମତାକୁ ଅଧିକ ସଶକ୍ତ କରିବା ସହିତ ନିଯୁକ୍ତି ସୁଯୋଗକୁ ସମ୍ପ୍ରସାରିତ କରିବା ଦିଗରେ ଏହି ଚୁକ୍ତିନାମା ସହାୟକ ହେବ । ସେହିଭଳି ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଉଭୟ ଦେଶରେ ନୂତନ ବ୍ୟାପାର ଆରମ୍ଭ କରିବା ଦିଗରେ ଏହି ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । ସେ କହିଛନ୍ତି, ବାଣିଜ୍ୟ ଚୁକ୍ତିନାମାର ଦସ୍ତାବିଜ ଚୂଡ଼ାନ୍ତ କରିବା ଦିଗରେ ଉଭୟ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏହା ସମ୍ପନ୍ନ ହେବା ପରେ ଏହି ରାଜିନାମାର ବିସ୍ତୃତ ତଥ୍ୟ ଘୋଷଣା କରାଯିବ ।

ଶ୍ରୀ ଗୋୟଲ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କର ଶକ୍ତି ଚାହିଦାକୁ ସୁରକ୍ଷିତ ରଖିବା ପ୍ରସଙ୍ଗ ଉପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବରୁ ସରକାରଙ୍କ ପକ୍ଷରୁ ଅନେକଥର ଘୋଷଣା କରାଯାଇସାରିଛି । ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ୍‍ ଯୋଗେ ଆଲୋଚନା ପରେ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଉତ୍ପାଦ ଉପରେ ଶୁଳ୍କ ହାରକୁ ରାଷ୍ଟ୍ରପତି ଟ୍ରମ୍ପ୍‍ ୧୮ ପ୍ରତିଶତକୁ ହ୍ରାସ କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ଯାହାକି ଆମେରିକା ପକ୍ଷରୁ ଅନ୍ୟାନ୍ୟ ଦେଶ ଉପରେ ଜାରି କରାଯାଇଥିବା ଶୁଳ୍କଠାରୁ ଅନେକ କମ୍‍ ବୋଲି ଶ୍ରୀ ଗୋୟଲ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+