ସଂଖ୍ୟାଲଘୁଙ୍କ ସମେତ ଗରିବଙ୍କ ଜୀବନରେ ଉନ୍ନତି ଆଣିବାରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି:ଶିକ୍ଷା ମନ୍ତ୍ରୀ
ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସଂଖ୍ୟାଲଘୁଙ୍କ ସମେତ ଗରିବଙ୍କ ଜୀବନରେ ଉନ୍ନତି ଆଣିଛି ବୋଲି ଆଜି ନୂଆଦିଲ୍ଲୀଠାରେ ଜାତୀୟ ସଂଖ୍ୟାଲଘୁ ଶିକ୍ଷା ସଂସ୍ଥାନ ଆୟୋଗର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ସରକାର 'ସବ୍କା ସାଥ୍, ସବ୍ଜା ବିଶ୍ଵାସ ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଚଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭଳି କାର୍ଯ୍ୟକ୍ରମ ଗରିବ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶରେ ବିଶେଷ ସହାୟକ ହୋଇଛି ।

ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସଂଖ୍ୟାଲଘୁଙ୍କର ମର୍ଯ୍ୟାଦାର ସହ ବଞ୍ଚୁବାର ଅଧିକାରକୁ ସୁରକ୍ଷିତ ରଖୁବା ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜାତୀୟ ଶିକ୍ଷାନୀତି- ୨୦୨୦କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ଶିକ୍ଷାନୁଷ୍ଠାନ ବିଶେଷ କରି ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକୁ ପରାମର୍ଶ ଦେଇଛନ୍ତି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତାକୁ ବଜାୟ ରଖୁବା ଦ୍ବାରା ଭବିଷ୍ୟତରେ ଭାରତ ଜ୍ଞାନ ଆଧାରିତ ଅର୍ଥ ବ୍ୟବସ୍ଥାର ପ୍ରମୁଖ ସ୍ଥାନରେ ରହିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାଜ୍ୟର କରିଛନ୍ତି ।.












Click it and Unblock the Notifications