Get Updates
Get notified of breaking news, exclusive insights, and must-see stories!

'ଶିକ୍ଷା ପ୍ରଗତିର ପୁଞ୍ଜି ହୋଇଥିବା ଦୃଷ୍ଟିରୁ ଏ ଦିଗରେ ସରକାର ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି '

ଦେଶରେ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି । ସେଥିଲାଗି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଲାଗି ମହିଳାମାନେ ସ୍ୱାକ୍ଷର ହେବା ସହିତ ଆର୍ଥିକ ସ୍ୱାବଲମ୍ବି ହେବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ଠାରେ ଆଜି କେତେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ସେ ଏହା କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ପ୍ରଗତିର ପୁଞ୍ଜି ହୋଇଥିବା ଦୃଷ୍ଟିରୁ ଏ ଦିଗରେ ସରକାର ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦ୍‍ବ୍ୟତୀତ ଆଦିବାସୀମାନଙ୍କର ଉନ୍ନତି ସହିତ ଦେଶର ଗୌରବମୟ ଇତିହାସର ସଂରକ୍ଷଣ ଲାଗି ମଧ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

president

ଶ୍ରୀମତୀ ମୁର୍ମୁ କହିଛନ୍ତି, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବା ଲାଗି ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ନିହାତି ଜରୁରୀ । ରାଷ୍ଟ୍ରପତି ଆଜି ରାଇରଙ୍ଗପୁରଠାରେ ତୀରନ୍ଦାଜୀ କେନ୍ଦ୍ର, ହଲିଡେ ହୋମ୍‍, ଆୟୁଷ ଚିକିତ୍ସାଳୟ ତଥା ଆର‌୍ୟୁବେଦ ମହାବିଦ୍ୟାଳୟ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ସହର ସୌନ୍ଦର୍ଯ୍ୟକରଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ସାଂସ୍କୃତିକ କେନ୍ଦ୍ର,
ରାଇରଙ୍ଗପୁର ମହାବିଦ୍ୟାଳୟରେ ୩୨୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+