'ଦେଶର ମତ୍ସ୍ୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି'
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସମଗ୍ର ଦେଶରେ ସମବାୟ ଭିତ୍ତିରେ ଅତି କମ୍ରେ ୨୦୦ଟି ଗଭୀର ସମୁଦ୍ରରୁ ମାଛ ଧରା ଯନ୍ତ୍ରଚାଳିତ ଡଙ୍ଗା ବଣ୍ଟନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆଜି ମୁମ୍ବାଇର ମଜ୍ଗାଓଁ ବନ୍ଦରରେ ହିତାଧିକାରୀଙ୍କୁ ଦୁଇଟି ଗଭୀର ସମୁଦ୍ରରୁ ମାଛ ଧରିବା ଯନ୍ତ୍ରଚାଳିତ ଡଙ୍ଗା ବଣ୍ଟନ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି ।
ଡଙ୍ଗା ଦୁଇଟିର ପଞ୍ଜିକରଣ ପ୍ରମାଣପତ୍ର ଏବଂ ପ୍ରତିକାତ୍ମକ ଚାବିକୁ ଶ୍ରୀ ଶାହା ହିତାଧିକାରୀଙ୍କୁ ଆଜି ହସ୍ତାନ୍ତର କରିଛନ୍ତି । ଦେଶର ମତ୍ସ୍ୟ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ମତ୍ସ୍ୟଜୀବୀଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।

ମାଛ ସଂଗ୍ରହ, ପ୍ରକି୍ରୟାକରଣ ଏବଂ ରପ୍ତାନୀକୁ ସହଜ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଦେଶର ବିଶାଳ ଉପକୂଳର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ମତ୍ସ୍ୟଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ୨୦୧୪ରେ ଦେଶର ସମୁଦ୍ର ଉତ୍ପାଦ ୧୦୨ ଲକ୍ଷ ଟନ୍ ଥିବା ବେଳେ ଏବେ ଏହା ୧୯୫ ଲକ୍ଷ ଟନ୍ରେ ପହଞ୍ଚôଛି । ଶ୍ରୀ ଶାହା କହିଛନ୍ତି, ଦେଶର ପ୍ରତ୍ୟେକ ନାଗରୀକ ଏବଂ ପରିବାର ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ହେଲେ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣାବିସ୍ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ ।












Click it and Unblock the Notifications