Get Updates
Get notified of breaking news, exclusive insights, and must-see stories!

୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ପାଇଁ ରହିଛି ଲକ୍ଷ୍ୟ: ରାଷ୍ଟ୍ରପତି

ଦେଶକୁ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣଭାବେ ଆତ୍ମନିର୍ଭରଶୀଳ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ପୁରୀ ବ୍ଲୁ-ଫ୍ଲାଗ୍‍ ବେଳାଭୂମିରେ ନୌସେନା ଦିବସ ପାଳନ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜାତୀୟ ସୁରକ୍ଷାରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳା ସଶକ୍ତୀକରଣ କ୍ଷେତ୍ରରେ ଭାରତୀୟ ନୌସେନା ଉଦାହାରଣ ସାଜିଛି । ଭାରତୀୟ ନୌସେନା, ମହିଳା ଅଗ୍ନିବୀରମାନଙ୍କୁ ପ୍ରଥମେ ସାମିଲ୍‍ କରିଥିଲା ।

ଭାରତର ୫ ହଜାର ବର୍ଷ ପୁରୁଣା ନୌବାଣିଜ୍ୟ ସମୃଦ୍ଧ ପରମ୍ପରା ରହିଛି । ଦେଶରେ ୬୩ଟି ସ୍ୱଦେଶୀ ଜ୍ଞାନକୌଶଳରେ ବୁଡ଼ାଜାହାଜ ନିର୍ମାଣ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ହେଉ ଅଥବା ଆତଙ୍କବାଦ ମୁକାବିଲା, ନୌସେନା ସବୁବେଳେ ଦେଶକୁ ସୁରକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ନୌସେନା ପକ୍ଷରୁ ଆଜି ଯବାନମାନେ ନିଜର ଶୌର୍ଯ୍ୟ, ବୀରତା, ରଣକୌଶଳ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି ।

Droupadi Murmu

ସମୁଦ୍ର ଭିତରେ ଆଇଏନ୍‍ଏସ୍‍ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସାହ୍ୟାଦ୍ରି ଭଳି ୧୫ରୁ ଊର୍ଦ୍ଧ୍ୱ ଯୁଦ୍ଧଜାହାଜର ସମରାଭ୍ୟାସ ବେଶ୍‍ ଆକର୍ଷଣୀୟ ଥିଲା । ସ୍ଥଳପଥରେ ନୌସେନାର ଯବାନମାନେ ଯୁଦ୍ଧକୌଶଳ ପ୍ରଦର୍ଶନ କରି ସାହସିକତାର ପରାକାଷ୍ଠା ଦେଖାଇଛନ୍ତି ।

ଆକାଶରେ ମିଗ୍‍-୨୯ ଯୁଦ୍ଧବିମାନ, ହକ୍‍ ବିମାନ ସହ ୪୦ରୁ ଅଧିକ ହେଲିକପ୍ଟର କୌଶଳ ପ୍ରଦର୍ଶନ କରିଛନ୍ତି । ସ୍ୱତନ୍ତ୍ର ମାର୍କୋସ କମାଣ୍ଡୋ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି । ଏହି ସମାରୋହକୁ ଦେଖିବାପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+