General Elections 2024: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
Lok Sabha Election 2024: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜାମ୍ମୁ କାଶ୍ମୀର ସମେତ ୧୦ଟି ରାଜ୍ୟରେ ୯୬ଟି ଲୋକସଭା ଆସନ ପାଇଁ ମତଦାନ ହେବ ।

ସେହିପରି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ' ୧୩ ଭୋଟ୍ ଗ୍ରହଣ । ଆଜିଠୁ ନାମାଙ୍କନ, ୨୫ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ। ୨୬ରେ ପ୍ରାର୍ଥିପତ୍ର ଯାଞ୍ଚ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା କ୍ଷେତ୍ରରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଭୋଟ୍। ମେ'୧୩ରେ କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ଭୋଟିଂ ହେବ ।
The Gazette notification has been issued for the 4th phase of general elections. Polling will take place for 96 Lok Sabha seats across 10 states Andhra Pradesh, Bihar, Jharkhand, Madhya Pradesh, Maharashtra, Odisha, Telangana, Uttar Pradesh, West Bengal, and Jammu & Kashmir.… pic.twitter.com/xyjCS0xesf
— ANI (@ANI) April 18, 2024












Click it and Unblock the Notifications