ମୁସଲିମ ଦେଶରେ ରହିଛି ବିଷ୍ଣୁଙ୍କର ସବୁଠୁ ଉଚ୍ଚତମ ପ୍ରତ୍ତିମୂର୍ତ୍ତି
ଭାରତରେ ହିନ୍ଦୁ ଦେବା-ଦେବୀଙ୍କର ଅନେକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି । ସେମାନଙ୍କ ସହ ଜଡିତ ଅନେକ ରହସ୍ୟ ଆଜି ବି ରହସ୍ୟ ହୋଇ ରହିଛି । ଦୁନିଆର ବିଭିନ୍ନ ଦେଶରେ ହିନ୍ଦୁ ଦେବା-ଦେବୀଙ୍କ ପ୍ରସିଦ୍ଧ ମନ୍ଦିର ମଧ୍ୟ ରହିଛି । କିନ୍ତୁ କେତେକ ମନ୍ଦିର ଅତ୍ୟନ୍ତ ସତନ୍ତ୍ର । ଏପରି ଏକ ମନ୍ଦିର ମୁସଲିମ ଦେଶରେ ସ୍ଥାପିତ ହୋଇଛି । ଏଠାରେ ଭଗବାନ ବିଷ୍ଣୁଙ୍କ ଦୁନିଆର ଉଚ୍ଚତମ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।
ମୁସଲମାନ ଦେଶ ଇଣ୍ଡୋନେସିଆରେ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛି । ବିଷ୍ଣୁଙ୍କର ଏତେ ବଡ ମୂର୍ତ୍ତି ଭାରତରେ ମଧ୍ୟ ନାହିଁ, ଯେଉଁଠାରେ ହିନ୍ଦୁମାନଙ୍କର ଜନସଂଖ୍ୟା ସର୍ବାଧିକ ରହିଛି । ଏହି ପ୍ରତିମୂର୍ତ୍ତି ଇଣ୍ଡୋନେସିଆର ବାଲି ଦ୍ୱୀପରେ ଥିବା କିନକାନା ପାର୍କରେ ରହିଛି । ଏହି ପ୍ରତିମାଟି ୧୨୨ ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡା । ଭଗବାନ ବିଷ୍ଣୁଙ୍କର ଏହି ପ୍ରତିମର୍ତ୍ତି ତମ୍ବା ଓ ପିତ୍ତଳରେ ନିର୍ମିତ । ଏହାକୁ ତିଆରି କରିବାକୁ ୨୪ ବର୍ଷ ସମୟ ଲାଗିଥିଲା ଏବଂ ଏହା ୨୦୧୮ରେ ସମ୍ପୂର୍ଣ ହୋଇଥିଲା । ଏହି ପ୍ରତିମୂର୍ତ୍ତିରେ ଭଗବାନ ବିଷ୍ଣୁ ଗରୁଡରେ ବସିଛନ୍ତି ।

ଭଗବାନଙ୍କର ଏହି ପ୍ରତିମୂର୍ତ୍ତି ଦେବଖିବାକୁ ସାରା ବିଶ୍ୱରୁ ଲୋକ ଆସନ୍ତି । ଇଣ୍ଡୋନେସିଆରେ ରହୁଥୁବା ଶିଳ୍ପୀ ବସ୍ତ୍ରା ନ୍ୟୁମାନ ନୁଆର୍ତା ୧୯୭୯ ରେ ଏଭଳି ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିବାର ସପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର କୌଣସି ସ୍ଥାନରେ ତିଆରି ହୋଇନାହିଁ । ଏହା ପରେ, ଏହି ପ୍ରତିମା ତିଆରି କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା । ୧୬ ବର୍ଷର ଯୋଜନା ପରେ, ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏହାକୁ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications