ପାକିସ୍ତାନ ଯିବି କିନ୍ତୁ କୌଣସି ଆଲୋଚନା ହେବ ନାହିଁ ବୋଲି ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରୀ

ପାକିସ୍ତାନରେ ହେବାକୁ ଥିବା ଏସସିଓ ଅର୍ଥାତ୍ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଭାରତ ଅଂଶଗ୍ରହଣ କରିବ। ଏସସିଓ ଶିଖର ସମ୍ମିଳନୀରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗ ଦେବେ । ଯଦିଓ ଏହି ଶିଖର ସମ୍ମିଳନୀ ପାଇଁ ଭାରତ ପାକିସ୍ତାନ ଯାଉଛି, କିନ୍ତୁ ସେଠାକୁ ଯାଇ ପାକିସ୍ତାନକୁ ଦର୍ପଣ ଦେଖାଇବ। ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ସେ ନିଶ୍ଚିତ ଭାବେ ପାକିସ୍ତାନ ଯାଉଛନ୍ତି, କିନ୍ତୁ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ। ଅକ୍ଟୋବର ୧୫ ଓ ୧୬ ତାରିଖରେ ପାକିସ୍ତାନ ଏସସିଓର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକ ଆୟୋଜନ କରିବ।

S Jay Shankar

ଏହି ଗସ୍ତ ଏକ ବହୁରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପାଇଁ ହେବ। ମୁଁ ସେଠାରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବି ନାହିଁ। ମୁଁ ଏସସିଓର ଜଣେ ଭଲ ସଦସ୍ୟ ଭାବରେ ସେଠାକୁ ଯାଉଛି ।
ପାକିସ୍ତାନ ଯିବା ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଏହି ଗସ୍ତ ଏକ ବହୁରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପାଇଁ ହେବ। ମୁଁ ସେଠାରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବି ନାହିଁ। ମୁଁ ଏସସିଓର ଜଣେ ଭଲ ସଦସ୍ୟ ଭାବରେ ସେଠାକୁ ଯାଉଛି । କିନ୍ତୁ, ଆପଣ ଜାଣନ୍ତି ଯେ ମୁଁ ଜଣେ ନମ୍ର ଏବଂ ସଭ୍ୟ ବ୍ୟକ୍ତି, ତେଣୁ ମୁଁ ସେହି ଅନୁଯାୟୀ ଆଚରଣ କରିବି। ପାକିସ୍ତାନରେ ଏହି ବୈଠକ ଚାଲିଛି। ପାକିସ୍ତାନ ଗସ୍ତକୁ ନେଇ ଗଣମାଧ୍ୟମରେ ଆଗ୍ରହ ଦେଖାଦେବ। କିନ୍ତୁ ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଏହି ସମୟ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+