ଉତ୍ତରାଖଣ୍ଡରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ
ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି । ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ।ପଞ୍ଜାବରୁ ଉତ୍ତରାଖଣ୍ଡରେ ରାମନଗର ଯାଉଥିବା ଏକ ଯାତ୍ରୀବାହି ଗାଡ଼ି ଭାରସ୍ୟାମ ହରାଇ ଢେଲବା ନଦୀରେ ପଡ଼ି ଯାଇଥିଲା ଫଳରେ କାର ସମେତ ୧୧ ଜଣ ଯାତ୍ରୀ ଭାସିଯାଇଥିଲେ
ଉତ୍ତରାଖଣ୍ଡରେ :ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ତରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି । ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ।ପଞ୍ଜାବରୁ ଉତ୍ତରାଖଣ୍ତ ରାମନଗର ଯାଉଥିବା ଏକ ଯାତ୍ରୀବାହି ଗାଡ଼ି ଭାରସ୍ୟାମ ହରାଇ ଢେଲବା ନଦୀରେ ପଡ଼ି ଯାଇଥିଲା ଫଳରେ କାର ସମେତ ୧୧ ଜଣ ଯାତ୍ରୀ ଭାସିଯାଇଥିଲେ । ଢେଲମା ନଦୀର ପ୍ରଖର ସ୍ରୋତ ଥିବାର କରାଣରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

ତେବେ ବର୍ତ୍ତମାନ ଶୁଦ୍ଧା ୫ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ଶବ ଏ ପର୍ଯ୍ୟନ୍ତ କାର ଭିତରେ ହିଁ ଫସି ରହିଛି । ଉତ୍ତରାଖଣ୍ତ ପୋଲିସ ଓ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟଜାରି ରଖିଛି । ଆଜି ଭୋର୍ ୫ଟାରେ ଏକ ଏର୍ଟିଗା କାର୍ ଟି ଯେତେବେଳେ କର୍ବେଟ୍ ଆଡ଼କୁ ଯାଉଥିଲା। ଦ୍ରୁତଗତିରେ ଯାଉଥିବା କାର୍ଟିକୁ ଅଟକାଇବାକୁ ସେମାନେ ଉଦ୍ୟମ କରି ବିଫଳ ହୋଇଥିଲେ ବୋଲି କହିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ ।
ତେବେ ଏହି ଘଟାଣାଟି ରାମନଗର କୋଟଦ୍ୱାର୍ ରାସ୍ତାରେ ଥିବା କାର୍ବେଟ୍ ଜାତୀୟ ଉଦ୍ୟାନ ନିକଟରେ ଥିବା
ଢେଲବା ଜୋନରେ ଘଟିଛି ।












Click it and Unblock the Notifications