ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି; କେମିତି ହୋଇଛି ବିକାଶ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ସ‌ମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶର ଗତିକୁ ଆଗେଇ ନେବାପାଇଁ ଏକାଧିକ ଯୋଜନା ଆରମ୍ଭ କରାଯାଇଛି।

ଏହି କ୍ରମରେ ଓଡ଼ିଶାର ରେଳ ଓ ସଡ଼କ ଭିତ୍ତିଭୂମି ନିର୍ମାଣ, ନିବେଶ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟସେବା, ଗରିବଙ୍କୁ ଆବାସ ଯୋଗାଣ ଆଦିକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଡିଏ ସରକାରଙ୍କ ପ୍ରଥମ ୧୦୦ ଦିନ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତ କରି ଶୁଭାରମ୍ଭ କରିଥିଲେ। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ଓଡ଼ିଶା ସରକାରଙ୍କ ଏହି ପ୍ରଗତିଶୀଳ ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।

Prime Minister-led NDA government

ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷରେ କେନ୍ଦ୍ର ବଜେଟ୍‌ରେ ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ବାବଦରେ ଓଡ଼ିଶାକୁ ୯,୧୭୬ କୋଟି ଟଙ୍କା ଅଧିକ ମିଳିବାର ବାଟ ଫିଟିଥିଲା। ସେହିଭଳି ଓଡ଼ିଶାରେ ରେଳ ବିକାଶକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇ ୨୦୨୫-୨୬ରେ ରେଳ ବଜେଟ୍‌ରେ ଓଡ଼ିଶାକୁ ରେକର୍ଡ ୧୦,୫୯୯ କୋଟି ପାଣ୍ଠି ବରାଦ କରାଯାଇଛି। କେବଳ ଏତିକି ନୁହେଁ, ରାଜ୍ୟରେ ରେଳ ନେଟ୍‌ୱର୍କକୁ ବ୍ୟାପକ କରିବା ପାଇଁ ମଧ୍ୟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇ ପ୍ରଥମ ଥର ଲାଗି ୧୯ ହଜାର ୨୯୦ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ରେଳ ପ୍ରକଳ୍ପ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏଥିସହିତ ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷରେ ରାଜ୍ୟ ସଡ଼କ ଭିତ୍ତିଭୂମିକୁ ମଜଭୁତ ତଥା ବିକାଶ ପାଇଁ ୭୫ ହଜାର କୋଟି ମୂଲ୍ୟର ପ୍ରକଳ୍ପ ବିଷୟ‌ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଜାତୀୟ ରାଜପଥକୁ ସମସ୍ତ ବନ୍ଦର ସହିତ ‌ଯୋଡ଼ିବା ପାଇଁ ୧୫ ହଜାର କୋଟିର ୪ଟି ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ସହ ଗ୍ରାଣ୍ଡ୍‌ ରିଙ୍ଗରୋଡ୍‌ର ପ୍ରସ୍ତାବ ମଧ୍ୟ ଏଥିରେ ରହିଛି।

ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ରାଜ୍ୟରେ ଗୋଟିଏ ନୂତନ ସେତୁ ଏବଂ ୫ଟି ସଡ଼କ ପ୍ରକଳ୍ପ ନିର୍ମାଣ ବାବଦରେ ୮୯୨୩ କୋଟି ଖର୍ଚ୍ଚକୁ ଅନୁମୋଦନ କରିଥିଲେ। ସେହିଭଳି ଦିଲ୍ଲୀରେ ହୋଇଥିବା ଦୁଇଟି ନିବେଶକ ସମ୍ମିଳନୀ‌ରେ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତି ଆଗ୍ରହ ପ୍ରକାଶ କରିଥିଲେ ଓ ଅନେକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା।

ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶାର ରେଳ ଓ ସଡ଼କ ଭିତ୍ତିଭୂମିର ନିର୍ମାଣକୁ ପ୍ରାଥମିକତା ଦିଆଯିବା ସହିତ ସ୍ବାସ୍ଥ୍ୟ ସଂପର୍କିତ ସୁବିଧା ଅନ୍ତର୍ଗତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାକୁ ସାମିଲ କରାଯାଇଛି, ଯାହା ଓଡ଼ିଶାର ସ୍ବାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଏବଂ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଦିଲ୍ଲୀର ବିଜ୍ଞ‌ାନ ଭବନରେ ଜାନୁଆରି ୧୩ରେ ଏମ୍‌ଓୟୁ ସ୍ବାକ୍ଷରିତ ହେବାପରେ ଏହି ଯୋଜନାର ଶୁଭାରମ୍ଭ ଏପ୍ରିଲରେ ଓଡ଼ିଶାରେ ହୋଇଥିଲା।

ଏଥି ସହିତ ଓଡ଼ିଶାରେ ତିନି ଆପରାଧିକ ନୂଆ ଆଇନର ସଫଳ କାର୍ଯ୍ୟକାରିତା ସଂପର୍କ‌ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଦିଲ୍ଲୀରେ ଆଲୋଚନା କରିଥିଲେ। ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏନ୍‌ଡିଏ ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଓ ଭବିଷ୍ୟତ ପ୍ରସ୍ତୁତି ସଂପର୍କରେ ଗଣମାଧ୍ୟମକୁ ସମ୍ବୋଧନ କରିବେ। ଏହାପରେ ଜୁନ ୧୦ ତାରିଖରୁ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ସରକାରଙ୍କ ରିପୋର୍ଟ କାର୍ଡକୁ ଜନତାଙ୍କ ନିକଟରେ ଉପସ୍ଥାପନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+