Get Updates
Get notified of breaking news, exclusive insights, and must-see stories!

୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ହେବ କି ଦୃଶ୍ୟମାନ !

Solar Eclipse 2025: ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ ମାସରେ ଲାଗିବା ପାଇଁ ଯାଉଛି । ଧାର୍ମିକ ଦୃଷ୍ଟିକୋଣରୁ ସୂର୍ଯ୍ୟ ପରାଗର ବିଶେଷ ମହତ୍ତ୍ଵ ରହିଛି । ୨୦୨୫ ବର୍ଷର ପ୍ରଥମ ପରାଗ ୨୯ ମାର୍ଚ୍ଚ ୨୦୨୫ ଶନିବାର ଦିନ ଲାଗିବା ପାଇଁ ଯାଉଛି । ଏହି ଦିନଟିକୁ ବହୁତ ଗୁରୁତ୍ୱପୂର୍ଣ୍ଣ, ଏହି ଦିନ ନ୍ୟାୟ ଦେବତା ଶନିଦେବ ମଧ୍ୟ ତାଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଶନିବାର, ୨୯ ମାର୍ଚ୍ଚ ୨୦୨୫ ରେ ଲାଗିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୧୬ ରେ ଶେଷ ହେବ। ଏହି ଗ୍ରହଣର ମୋଟ ଅବଧି ୦୩.୫୩ ମିନିଟ୍ ।

Solar Eclipse 2025

ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ ସେତେବେଳେ ସୂର୍ଯ୍ୟପରାଗ ହୋଇଥାଏ । ଯେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ, ବରଂ ଆଂଶିକ ଭାବରେ ଆଚ୍ଛାଦିତ କରେ, ସେତେବେଳେ ଆଂଶିକ ସୂର୍ଯ୍ୟପରାଗ ଲାଗିଥାଏ ।

୨୯ ମାର୍ଚ୍ଚ, ୨୦୨୫ରେ ହେବାକୁ ଥିବା ସୂର୍ଯ୍ୟପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ । ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । ଏହି ପରାଗ ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକାର ଉତ୍ତର-ପୂର୍ବ ଅଂଶ, ୟୁରୋପ ଏବଂ ଉତ୍ତର ରୁଷରୁ ଦୃଶ୍ୟମାନ ହେବ। ଏହି ଗ୍ରହଣ ମୁଖ୍ୟତଃ କାନାଡା, ପର୍ତ୍ତୁଗାଲ, ସ୍ପେନ, ଆୟରଲ୍ୟାଣ୍ଡ, ଫ୍ରାନ୍ସ, ୟୁନାଇଟେଡ କିଙ୍ଗଡମ, ଡେନମାର୍କ, ଜର୍ମାନୀ, ନରୱେ, ଫିନଲ୍ୟାଣ୍ଡ ଏବଂ ରୁଷିଆରୁ ଦୃଶ୍ୟମାନ ହେବ।

ଏହି ପାରଗ ଭାରତ ସହିତ ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଆଫଗାନିସ୍ତାନ, ଫିଜି, ମରିସସ୍, ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଅନ୍ୟାନ୍ୟ ଏସୀୟ ଦେଶରୁ ଦୃଶ୍ୟମାନ ହେବ ନାହିଁ। ଏହା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକୀୟ ମହାଦେଶର ଅଧିକାଂଶ ଦେଶରେ ମଧ୍ୟ ଦୃଶ୍ୟମାନ ହେବ ନାହିଁ।

ସୂର୍ଯ୍ୟପରାଗ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟକୁ ସୂତକ ଭାବରେ ବିବେଚନା କରାଯାଏ। ପରାଗରେ ୧୨ ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୁଏ। ସୂତକ ସମୟରେ ପୂଜା କରିବା ମନା ଏବଂ କଠିନ ଏବଂ ତରଳ ଖାଦ୍ୟ ଖାଇବା ଅନୁଚିଚ୍ । ଯେଉଁ ସ୍ଥାନରେ
ପରାଗ ଲାଗିବ ସେଠାରେ ତକ କାଳ ବୈଧ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ସେଥିପାଇଁ ଭାରତରେ ସୂତକ ଅବଧି ବୈଧ ହେବ ନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+