Get Updates
Get notified of breaking news, exclusive insights, and must-see stories!

'One Nation- One Election' - ଖୁବ ଶୀଘ୍ର କମିଟି ଦାଖଲ କରିବ ରିପୋର୍ଟ, ୨୩ରେ ବସିବ ପ୍ରଥମ ବୈଠକ

One Nation- One Election: ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ସହିତ କେନ୍ଦ୍ର ସରକାର 'One Nation- One Election'କୁ ନେଇ ଏକ କମିଟି ଗଠନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ସଭାପତି । ଶନିବାର ଅର୍ଥାତ୍ ଆଜି ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ବସିବ ।

ଆଜି ଭୁବନେଶ୍ୱର ଗସ୍ତରେ ଆସିଥିବା ସମୟରେ ଏ ବିଷୟରେ ସୂଚନା ଦେଇଥିଲେ ରାମନାଥ କୋବିନ୍ଦ । ସେ ଆଜି ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ନେଇ ସୂଚନା ରହିଛି ।

One Nation, One Election

ସୂଚନାଥାଉ ଯେ, ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବାଇ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟି ପାଖରେ ସମସ୍ତ ନିର୍ବାଚନର ଡାଟା ରହିବ । ଯାହାର ଅଧ୍ୟକ୍ଷ ହେଉଛନ୍ତି ରାମନାଥ କୋବିନ୍ଦ । ସେହିପରି ଅମିତ ଶାହ, କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭା ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ସୁଭାଷ ସି କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ଭିଡିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ଏହି କମିଟିର ସଦସ୍ୟ ଭାବେ କେନ୍ଦ୍ର ସରକାର ନିଯୁକ୍ତି କରିଥିଲେ । ହେଲେ ପରବର୍ତ୍ତି ସମୟରେ କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିରୁ ଓହରି ଯାଇଥିଲେ ।

ସୂଚନାଥାଉ ଯେ, ସେପ୍ଟେମ୍ବର 18ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପାଇଁ ଯାଉଛି । ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଲାଣି । ଆସନ୍ତାକାଲି ମୋଦି ସରକାର ଏକ ସର୍ବ ଦଳିୟ ବୈଠକ ଡାରିଛନ୍ତି । ଅନ୍ୟପଟେ 'One Nation- One Election'କମିଟି ଖୁବ ଶୀଘ୍ର ଏହାର ରିପୋର୍ଟ କେନ୍ଦ୍ରର ପାଖରେ ଦାଖଲ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+