Get Updates
Get notified of breaking news, exclusive insights, and must-see stories!

Operation Ajay: ଆସନ୍ତାକାଲି ଇସ୍ରାଏଲରୁ ଫେରିବେ ୨୩୦ ଭାରତୀୟ

Operation Ajay: ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷୀତ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ଉଦ୍ୟମ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଥମ ବିମାନ ଇସ୍ରାଏଲ ଯିବ । ଅପରେସନ୍ ଅଜୟ ଅଧୀନରେ ଆସନ୍ତାକାଲି ସକାଳେ ଅର୍ଥାତ୍ ଶୁକ୍ରବାର ଦିନ 230 ଭାରତୀୟଙ୍କୁ ନେଇ ବିମାନଟି ଭାରତ ଫେରିବ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଅପରେସନ୍ ଅଜୟ ନେଇ ଘୋଷଣା କରିଛନ୍ତି । ପ୍ରଥମ ଚାର୍ଟର ବିମାନ ଆଜି ତେଲ ଅଭିବରେ ପହଞ୍ଚିବ। ଆସନ୍ତାକାଲି ସକାଳେ ଏହା ଭାରତ ଫେରିବ। ଆମେ ଭାରତର ପ୍ରତିନିଧୀ କାର୍ଯ୍ୟାଳୟ ଏବଂ ତେଲ ଅଭିବରେ ଅବସ୍ଥିତ ଦୂତାବାସ ସହିତ ଯୋଗାଯୋଗରେ ରହିଛୁ ।

Operation Ajay

ବାଗଚି ଆହୁରି କହିଛନ୍ତି, ଆମକ ଉଦେଶ୍ୟ ହେଉଛି ଇସ୍ରାଏଲରୁ ଆସିବାକୁ ଚାହୁଁଥିବା ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା। ଆମର ପରାମର୍ଶ ହେଉଛି ଭାରତୀୟ ଲୋକମାନେ ସ୍ଥାନୀୟ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ । ଇସ୍ରାଏଲରେ ପ୍ରାୟ 18 ହଜାର ଭାରତୀୟ ବର୍ତ୍ତମାନ ଅଛନ୍ତି।

ବାଗଚି ଆହୁରି କହିଛନ୍ତି ଯେ, ଆମେ ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ଦେଖୁଛୁ । ଶାନ୍ତିପୂର୍ଣ୍ଣ ସହଭାଗୀତା ସହ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ ଇସ୍ରାଏଲ ସହ ସିଧାସଳଖ ବୁଝାମଣା ଆରମ୍ଭ କରିବାକୁ ଭାରତ ସର୍ବଦା ସମର୍ଥନ କରିଆସୁଛି। ପ୍ରାୟ 12 ଜଣ ଭାରତୀୟ ନାଗରିକ ୱେଷ୍ଟ ବେଙ୍କରେ ଅଛନ୍ତି ଏହା ବ୍ୟତୀତ ଗାଜାରେ ମଧ୍ୟ ତିନିରୁ ଚାରିଜଣ ସାଧାରଣ ନାଗରିକ ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କେହି ଭାରତ ଫେରିବା ପାଇଁ ଅନୁରୋଧ କରିନାହାଁନ୍ତି ହେଲେ ଆମେ ଇସ୍ରାଏଲରୁ ଅନୁରୋଧ ଗ୍ରହଣ କରିଛୁ । ସେମାନଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦିଆଯିବ ।

ବାଗଚିଙ୍କ ସୂଚନା ଅନୁସାରେ ଜଣେ ଭାରତୀୟ ଆହତ ହୋଇଛନ୍ତି। ଆମେ ସେମାନଙ୍କ ସହିତ ଯୋଗାଯୋଗରେ ଅଛୁ ବର୍ତ୍ତମାନ ସେ ଡାକ୍ତରଖାନାରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଭଲ ଅଛି। ହେଲେ କୌଣସି ଭାରତୀୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ହୋଇନାହିଁ ।

ରିପୋର୍ଟ ଅନୁସାରେ, ଗାଜାରେ 1,350ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଇସ୍ରାଏଲରେ 1 ହଜାର 300 ଲୋକଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲର ଶକ୍ତି କହିଛନ୍ତି ଯେ ହମାସ ଆତଙ୍କବାଦୀ ବନ୍ଧି କରି ରଖିଥିବା ଇସ୍ରାଏଲିଙ୍କୁ ମୁକ୍ତ ନହେବା ପର୍ଯ୍ୟନ୍ତ ଗାଜାରେ ବିଦ୍ୟୁତ୍ କାଟ କରାଯିବ ।ଏହା ବ୍ୟତୀତ ସେମାନେ ଜଳ ଏବଂ ଇନ୍ଧନ ସୁବିଧା ମଧ୍ୟ ପାଇବେ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+