ଭାରତର ସୂର୍ଯ୍ୟ ମିଶନ : ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L1
ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L1 । ଉପଗ୍ରହ ଏବେ ସଠିକତାର ସହ ଆଗକୁ ବଢୁଛି । ପ୍ରାପ୍ତ ହୋଇଥିବା ନୂତନ କକ୍ଷପଥ ହେଉଛି 245 କିଲୋମିଟର x 22459 କିଲୋମିଟର । ସେପ୍ଟେମ୍ୱର ୦୫ ଦିବା ୦୩ ଟା ବେଳେ ଦ୍ଵିତୀୟ କକ୍ଷ ପରିବର୍ତ୍ତନ କରିବ ଆଦିତ୍ୟ L1 । ଏ ନେଇ ଇସ୍ରୋ ଏକସ ( ଟୁଇଟ) କରିଛି ।
୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବ । ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି ଆଦିତ୍ୟ L1 ।
Aditya-L1 Mission:
The satellite is healthy and operating nominally.The first Earth-bound maneuvre (EBN#1) is performed successfully from ISTRAC, Bengaluru. The new orbit attained is 245km x 22459 km.
The next maneuvre (EBN#2) is scheduled for September 5, 2023, around 03:00… pic.twitter.com/sYxFzJF5Oq
— ISRO (@isro) September 3, 2023
PSLV ସି-୫୭ର ଏକ୍ସଏଲ୍ ଭର୍ସନ ରକେଟ ଦ୍ବାରା ସ୍ପେସକ୍ରାଫ୍ଟକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ୫ଥର କକ୍ଷ ପରିବର୍ତ୍ତନ ସହ ଏହା ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବା । ୧୧୦ ଦିନର ଯାତ୍ରା ପରେ ଏଲ-ଓ୍ବାନ ବିନ୍ଦୁରେ ଆଦିତ୍ୟ L1କୁ ଅବସ୍ଥାପିତ କରାଯିବ ।

ଲଞ୍ଚିଂର ୪ ମାସ ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ୨୦୨୪ ଜାନୁଆରୀରେ ତଥ୍ୟ ସଂଗ୍ରହ ଆରମ୍ଭ କରିବ ଆଦିତ୍ୟ-L1 ।
ଅନେକ ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ଯେ ISROର ଆଦିତ୍ୟ- L1 ମିଶନ ସୂର୍ଯ୍ୟକୁ ଯିବ କି? ତେବେ ଆଦିତ୍ୟ- L1 ସୂର୍ଯ୍ୟକୁ ଯିବ ନାହିଁ । ପୃଥିବୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଦୂରତା ପ୍ରାୟ 15 କୋଟି କିଲୋମିଟର । ଆଦିତ୍ୟ- L1 ମହାକାଶଯାନ ପୃଥିବୀଠାରୁ 1.5 ମିଲିୟନ୍ କିଲୋମିଟର ଦୂରରେ ଥିବା L1 ଅର୍ଥାତ୍ ଲାଗ୍ରେଞ୍ଜ୍ ପଏଣ୍ଟକୁ ଯିବ ଏବଂ ସେଠାରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ସହ ତଥ୍ୟ ସଂଗ୍ରହ କରିବ ।
ISRO ର ସୂର୍ଯ୍ୟ ମିଶନର ଆଦିତ୍ୟ L1 ମିଶନ୍ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା କିରଣ ଉପରେ ଅଧ୍ୟୟନ କରିବା ନେଇ ସୂଚନା ରହିଛି । ଚନ୍ଦ୍ରଯାନ-3 ମିଶନ ପାଇଁ ପ୍ରାୟ 600 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ ସୂର୍ଯ୍ୟଙ୍କ କକ୍ଷପଥକୁ ପଠାଯାଉଥିବା ଆଦିତ୍ୟ L1 ମିଶନ ପ୍ରସ୍ତୁତିର ମୋଟ ମୂଲ୍ୟ 378 କୋଟି ଟଙ୍କା ରହିଛି ।












Click it and Unblock the Notifications