ମାର୍ଚ୍ଚ ମାସରେ ଗ୍ରାହକଙ୍କୁ ପ୍ରଥମ ମହଙ୍ଗା ମାଡ: ବଢିଲା ଗ୍ୟାସ୍ ଦର
ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ବର୍ତ୍ତମାନ ଦିଲ୍ଲୀରେ ୧୮୦୩ ଟଙ୍କାରେ ସିଲିଣ୍ଡର ଉପଲବ୍ଧ ହେବ। ଫେବୃଆରୀ ମାସରେ ଏହାର ମୂଲ୍ୟ ୧୭୯୭ ଟଙ୍କା ଥିଲା। ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ୮୦୩ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୨୯ , ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଥରେ ୮୧୮.୫୦ ଟଙ୍କା ରହିଛି।ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି। କୋଲକାତାରେ ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୯୧୩ ଟଙ୍କାରେ ଉପଲବ୍ଧ ହେବ।












Click it and Unblock the Notifications