ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି
ଓଡ଼ିଶା- ଛତିଶଗଡ଼ ସୀମାରେ ଗୁଳି ବିିନିମୟ । ମାଓବାଦୀଙ୍କ ବିରୋଧରେ ବଡ଼ ଧରଣର ସର୍ଚ୍ଚ ଅପରେଶନ୍ । ଏସଓଜି, CRPF ପକ୍ଷରୁ ମିଳିତ ଅପରେଶନ୍ ଜାରି ରହିଛି । ନୂଆପଡ଼ା ଗରିଆବନ୍ଧ ସୀମାରେ ଗୁଳି ବିନିମୟ ଚାଲିଥିବା ସୂଚନା । ମୈନପୁର ଥାନା କୁଲାରିଘାଟ ଜଙ୍ଗଲରେ ଗୁଳି ବିନିମୟ ।

ମାଓବାଦୀଙ୍କ ଶିବିର ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ରବିବାର ରାତିରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାଣହାନୀ ନେଇ କୌଣସି ସୂଚନା ମିଳିପାରିନାହିଁ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ CRPF ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ କରାଯାଇଛି।












Click it and Unblock the Notifications