ଜୁନ ୧୪ରେ ପ୍ରକ୍ଷାଳୟ ମୁକ୍ତି ଲାଭ କରିବ ଫିଲ୍ମ ଏମରଜେନ୍ସି , ଘୋଷଣା କଲେ କଙ୍ଗନା

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାର ଗୋଟିଏ ଦିନ ପରେ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର ଏମରଜେନ୍ସି ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ମଙ୍ଗଳବାର ଇନଷ୍ଟାଗ୍ରାମରେ କଙ୍ଗନା ଏମରଜେନ୍ସି ଏକ ନୂତନ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଲେଖିଛନ୍ତି। ପୋଷ୍ଟରରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦର୍ଶାଯାଇଛି ।

Bollywood

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ପାଇଁ କିଛି ସମୟ ପାଇଁ ଚର୍ଚ୍ଚାରେ ଥିଲେ। ଏବେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ମୁଭିର ରିଲିଜ ଡେଟ ଘୋଷଣା କରିଛନ୍ତି। 'ଏମରଜେନ୍ସି' ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।

କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ଫିଲ୍ମର ପୋଷ୍ଟର ଶେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ଭାରତର ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଜୁନ ୧୪, ୨୦୨୪ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହି ଇତିହାସର ସାକ୍ଷୀ ହୁଅନ୍ତୁ କାରଣ ସବୁଠାରୁ ଆକ୍ରମଣାତ୍ମକ ପ୍ରଧାନମନ୍ତ୍ରୀ ପ୍ରେକ୍ଷାଳୟରେ ଗର୍ଜିିବାକୁ ପ୍ରସ୍ତୁତ।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ କଙ୍ଗନା ରାନାୱତ କହିଛନ୍ତି ଯେ ଏମରଜେନ୍ସି ହେଉଛି ମୋର ସବୁଠୁ ବଡ ପ୍ରକଳ୍ପ ଏବଂ ମାଣିକର୍ଣ୍ଣିକା ପରେ ଏହା ମୋର ଦ୍ୱିତୀୟ ନିର୍ଦ୍ଦେଶନା। ଆମର ବଡ ବଜେଟ ଏବଂ ପିରିୟଡ ଡ୍ରାମା ପାଇଁ ଭାରତୀୟ ତଥା ଆନ୍ତର୍ଜାତୀୟ ପ୍ରତିଭା ଏକାଠି ହୋଇଛନ୍ତି। ଏହାପୂର୍ବରୁ ଏହି ମୁଭି ଗତ ବର୍ଷ ନଭେମ୍ବର ୨୪ ରେ ରିଲିଜ ହେବାର ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମନ, ଶ୍ରେୟସ ତଲପଡେ ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକ ପ୍ରମୁଖ ଭୂମିକାରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+