ଏମିତି ଝଗଡା ଲାଗିଲେ ଯେ ସ୍ତ୍ରୀର ନାକ କାମୁଡିଦେଲା ସ୍ବାମୀ

କର୍ଣ୍ଣାଟକର ଦାଭାନାଗେରେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ପତ୍ନୀଙ୍କ ନାକକୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଋଣ ପରିଶୋଧ କରିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିିଥିଲା। ଝଗଡ଼ାରେ ସ୍ବାମୀ ରାଗିଯାଇ ସ୍ତ୍ରୀଙ୍କ ନାକ‌କୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଅବସ୍ଥା ଏବେ ଭଲ ଅଛି।

crime

ମହିଳା ବିଦ୍ୟା ଋଣ ନେଇଥିବା ବେଳେ ତାଙ୍କ ସ୍ୱାମୀ ବିଜୟ ଜାମିନଦାର ହୋଇଥିଲେ। ସେ କିସ୍ତି ଦେଇନପାରିବାରୁ ଋଣଦାତା ବିଦ୍ୟା ଏବଂ ବିଜୟ ଉଭୟଙ୍କୁ ହଇରାଣ କରିବା ଆରମ୍ଭ କରିଦେଲେ। ଯାହା ଫଳରେ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ପୁଲିସ କହିଛି ଯେ ଘଟଣାଟି ମଙ୍ଗଳବାର ଘଟିଥିଲା। ପୁରୁଷ ମହିଳାଙ୍କ ନାକର ଅଗ୍ରଭାଗ କାମୁଡ଼ିବା ପରେ ମହିଳା ଜଣକ ତଳେ ପଡ଼ିଗଲେ। ସାହାଯ୍ୟ ପାଇଁ ମହିଳାଙ୍କ ଚିତ୍କାର ଶୁଣି ପାଖ ଲୋକ ଭୟଭୀତ ହୋଇ ତାଙ୍କୁ ଚନ୍ନାଗିରି ସରକାରୀ ଡାକ୍ତରଖାନାକୁ ନେଇଗଲେ। ଏହି ଘଟଣାରେ ତାଙ୍କ ନାକ କଟି ଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି।

ବିଦ୍ୟା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି ଏବଂ ପୁଲିସ ବିଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+