Get Updates
Get notified of breaking news, exclusive insights, and must-see stories!

ବାପା କୃଷକ, ନିଜେ ଶିକ୍ଷକ, କିନ୍ତୁ ସଂସଦ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ଦିଲ୍ଲୀ:ସଂସଦର ସୁରକ୍ଷା ତୃଟି ଘଟଣାରେ ଗିରଫ ହୋଇଥିବା ଲଲିତ ଝାଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ କୋର୍ଟ ଦ୍ୱାରା ସାତ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ସରକାରୀ ଓକିଲ ଯୁକ୍ତି କରିଛନ୍ତି ଯେ , ଲଲିତ ଏହି ଘଟଣାର ମାଷ୍ଟରମାଇଣ୍ଡ । ସମଗ୍ର ଷଡଯନ୍ତ୍ର ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଦିଲ୍ଲୀ ପୋଲିସ କୋର୍ଟରେ ଲଳିତଙ୍କୁ ୧୫ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ । ଲଲିତ ଝା କିଏ? ଆଜି ଏହି ଘଟଣାରେ କ'ଣ ହେଲା?

ଲଲିତ ଝା କିଏ?
ସଂସଦର ସୁରକ୍ଷା ଘଟଣା ପରେ ଲଲିତ ଫେରା ହୋଇ ଯାଇଥିଲେ । କିନ୍ତୁ ଗରୁବାର ଦିନ ନିଜେ ଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଆସି ସରେଣ୍ଡର କରିଥିଲେ । ଲଲିତ ବିହାରର ବାସିନ୍ଦା । କିନ୍ତୁ, କୋଲକାତାରେ ସେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପିତା ଜଣେ କୃଷକ । ଆତଙ୍କବାଦ ବିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଏବଂ ଭାରତୀୟ ଦଣ୍ଡବିଧି ସଂହିତା ଅଧୀନରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଲଳିତଙ୍କ ଭାଇ ମୋହନ ଝା କହିଛନ୍ତି ଯେ, ସେ ଏସବୁରେ କିଭଳି ଫସିଲେ କେହି ବି ଜାଣିନାହୁଁ । କାରଣ ଲଲିତ ସବୁବେଳେ ଝଗଡ଼ାଠାରୁ ଦୂରରେ ରହୁଥିଲେ । ପିଲାଦିନରୁ ହିଁ ସେ ଶାନ୍ତ ରହୁଥିଲେ । କାହାସାଙ୍ଗରେ ବେଶି ମିଶୁ ନ ଥିଲେ । ଶିକ୍ଷକତା କରିବା ସହ ସେ ଏନ୍‌ଜିଓ ସହ ଜଡ଼ିତ ଥିଲେ । ଏବେ ତାଙ୍କୁ ଟିଭି ଚ୍ୟାନେଲରେ ଦେଖି ସ୍ତବ୍ଧ ହୋଇଛୁ ବୋଲି ସେ କହିଛନ୍ତି । ଲଲିତଙ୍କ ପଡ଼ୋଶୀମାନେ ମଧ୍ୟ ତାଙ୍କ ନ୍ୟୁଜ୍ ଚ୍ୟାନେଲରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପଡ଼ୋଶି କହିଛନ୍ତି , ଲଲିତ ଏପରି ଏକ ବ୍ୟକ୍ତି ଥିଲେ ଯିଏ ନିଜ ସହିତ ନିଜେ ରହୁଥିଲେ । କଦା କ୍ୱଚିତ୍ କୋଲକାତାର ବାଡା ବଜାରରେ ଲୋକଙ୍କ ସହ ମିଶୁଥିଲେ । ଏପଟେଦିଲ୍ଲୀ ପୋଲିସ ଶୁକ୍ରବାର ଦିନ କୋର୍ଟଙ୍କୁ କହିଛି ଯେ ସଂସଦ ସୁରକ୍ଷା ଉଲଘଂନ ଘଟଣାରେ ଥିବା ଲଲିତଙ୍କ ଷଡଯନ୍ତ୍ର ଏବଂ ଉଦ୍ଦେଶ୍ୟ ଜାଣିବାକୁ ତାଙ୍କ ଫୋନ ନେବାକୁ ଚାହୁଁଛି ପୋଲିସ୍ । ।

lalit jha

ପୋଲିସ ପଟିଆଲା ହାଉସ କୋର୍ଟକୁ କହିଛି ଯେ ସାଗର, ମନୋରଂଜନ, ନୀଲମ ଏବଂ ଆମୋଲଙ୍କୁ ଏହି ଯୋଜନାରେ ଦାୟୀ କରିଛି । ଆଉ ଲଲିତ ଲଲିତ ପୁରା ମାମଲାର ଷଡଯନ୍ତ୍ର କରିଛନ୍ତି । ତେଣୁ ପୋଲିସ ତାଙ୍କୁ ବିଭିନ୍ନ ସହର ଏବଂ ସ୍ଥାନକୁ ନେବା ଆବଶ୍ୟକ । ଦିଲ୍ଲୀ ପୋଲିସ କହିଛି ଯେ ଲଲିତଙ୍କ ମୋବାଇଲକୁ ମଧ୍ୟ ଯାଞ୍ଚ କରାଯିବା ଉଚିତ ଯାହା ଦ୍ୱାରା ଘଟଣାର ମୂଳ ଉଦ୍ଦେଶ୍ୟ ଜାଣିହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+