ଏଥିକ୍ସ କମିଟି ତରଫରୁ ମହୁଆ ମୋଇତ୍ରାଙ୍କୁ ନୋଟିସ୍, ୨ ତାରିଖରେ ହେବେ ହାଜର
ନୁଆଦିଲ୍ଲୀ: ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ୨ ତାରିଖରେ ହାଜର ହେବା ପାଇଁ ଏଥିକ୍ସ କମିଟି ତରଫରୁ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ତେବେ ଏହା ଲୋକସଭା ଏଥିକ୍ସ କମିଟିର ଦ୍ୱିତୀୟ ନୋଟିସ୍ । ପ୍ରଥମ ନୋଟିସରେ ତାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କାରଣ ଦର୍ଶାଇ ସେ ହାଜର ହୋଇ ନଥିଲେ ।
ଏବେ ପୁନର୍ବାର ତାଙ୍କୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ୍ ପଠାଯାଇଛି । ଏହା ପରେ ଆଉ ତାରିଖ ବଦଳଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛି କମିଟି । ତେବେ ଏହି ମାମଲାରେ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାହିଙ୍କ ସାକ୍ଷୀ ଦେବା ପରେ ଏଥିକ୍ସ କମିଟି ମହୁଆ ମୋଇତ୍ରାଙ୍କୁ ନିଜ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ମହୁଆଙ୍କୁ ଅକ୍ଚୋବର ୨ ରେ ହାଜର ହେବା ପାଇଁ କୁହାଯାଇଥିଲା ହେଲେ ସେ ସଂସଦୀୟ କ୍ଷେତ୍ରର କାର୍ଯ୍ୟପାଇଁ ନଭେମ୍ବର ୪ ତାରିଖ ପୂର୍ବରୁ ଦିଲ୍ଲୀ ଯାଇ ପାରିବେ ନାହିଁ ବୋଲି କହିଥିଲେ । ଯାହା ପରେ କମିଟି ତାଙ୍କୁ ନଭେମ୍ବର ୫ ତାରିଖରେ ହାଜର ହେବା ପାଇଁ ଆଉ ଥରେ ନୋଟିସ୍ ପଠାଇଛି । ସେହିପରି ମାମଲାରା ଗମ୍ଭିରତାକୁ ଦୃଷ୍ଟିରେ ରଖି ଆଉ ତାରିଖ ବଦଳଯାଇ ପାରିବ ନାହିଁ ।












Click it and Unblock the Notifications