ଖୁବ ଶୀଘ୍ର ଆରମ୍ଭ ହେବ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା

ନିର୍ବାଚନ କମିଶନ ନୂଆ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମିଶନ ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ୨୨ ଜୁଲାଇରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଥିଲା।

ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ।ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ଚିକିତ୍ସାଗତ କାରଣ ଦର୍ଶାଇ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ କହିଥିଲେ ଯେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଏହା ପରେ ମଙ୍ଗଳବାର ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିଲେ।

eci

ତେବେ କେହି ଭାବି ନଥିଲେ ଧନଖଡ଼ ଏଭଳି ଏକ ନିଷ୍ପତ୍ତି ନେବେ। କାରଣ ୧୧ଦିନ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ ଯେ, ୨୦୨୭ରେ ହିଁ ସେ ଅବସର ନେବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ସ୍ପଷ୍ଟ କରିଥିଲେ। ହେଲେ ୧୧ଦିନ ପରେ ଏଭଳି କ'ଣ ଘଟିଲା, ଯାହା ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେବାର କାରଣ ସେ ଦେଇଥିଲେ ବି ଏହାକୁ ବିଶ୍ବାସ କରିବା ଅନେକଙ୍କ ପାଇଁ କଷ୍ଟ। ଏବେ କାହାକୁ ଦେଶର ଉପରାଷ୍ଟ୍ରପତି କରାଯିବ, ତା' ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+