Get Updates
Get notified of breaking news, exclusive insights, and must-see stories!

'NDRF କର୍ମଚାରୀଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟବୋଧ ସେବାର ସର୍ବୋଚ୍ଚ ମାନଦଣ୍ଡର ଉଦାହରଣ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି , ଦେଶ ସେହି ପୁରୁଷ ଏବଂ ମହିଳାଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନଙ୍କ ବୃତ୍ତିଗତ ଏବଂ କାର୍ଯ୍ୟପ୍ରତି ନିଷ୍ଠା' ସଙ୍କଟ ସମୟରେ ଦୃଢ଼ ରହିଥାଏ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ NDRF କର୍ମଚାରୀମାନେ ଜୀବନ ସୁରକ୍ଷା, ରିଲିଫ୍ ପ୍ରଦାନ ଏବଂ ସବୁଠାରୁ ଆହ୍ୱାନମୂଳକ ପରିସ୍ଥିତିରେ କାର୍ଯ୍ୟ କରିଥାନ୍ତି । ସେ କହିଛନ୍ତି NDRF କର୍ମଚାରୀଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟବୋଧ ସେବାର ସର୍ବୋଚ୍ଚ ମାନଦଣ୍ଡର ଉଦାହରଣ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ଷ ବର୍ଷ ଧରି, NDRF ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଯେଉଁ ମାନଦଣ୍ଡ ସ୍ଥାପନ କରିଛି, ତାହା ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରିଛି ।

PM MODI

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRFର ଆଜି ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, NDRF ବିପର୍ଯ୍ୟୟ ସମୟରେ ଦେଶର ବିଶ୍ୱାସର ସ୍ତମ୍ଭ ପାଲଟିଛି। ଶ୍ରୀ କହିଛନ୍ତି, ବିପର୍ଯ୍ୟୟ- ପ୍ରତିରୋଧୀ ଦେଶ ଗଠନ ଲାଗି ସରକାରଙ୍କ ସଂକଳ୍ପକୁ ସଫଳ କରିବାରେ NDRFଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଅବସରରେ ଶ୍ରୀ ଶାହା NDRFର ଅମର ଯବାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+