ଆସନ ବଣ୍ଟନକୁ ନେଇ ଇଣ୍ଡିଆ ମେଣ୍ଟରେ ବିବାଦ, ଏମିତି କହିଲେ ଅଖିଳେଶ

ନିର୍ବାଚନ ଯେତେ ପାଖେଇ ଆସୁଛି ଇଣ୍ଡିଆ ମେଣ୍ଟରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । ଜଣେ ପରେ ଜଣେ ନେତା ଏବେ କଂଗ୍ରେସକୁ ନିରାଶ କରୁଛନ୍ତି । ଆଉ କେଇଟା ଦିନ ପରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥି ପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଅଙ୍କ କଷା । ଇଣ୍ଡି ଆଲାଏନ୍ସର ସହଯୋଗୀ ଦଳ ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବା ପରେ ପୁଣିଥରେ ଉତ୍ତରପ୍ରଦେଶରେ ଆସନ ଭାଗବଣ୍ଟା ଗଣିତ ବିଗିଡିଯାଇଛି। ଏହାରି ଭିତରେ କଂଗ୍ରେସକୁ ଅଲ୍ଟିମେଟମ ଦେଇଛି ସାମଜବାଦୀ ପାର୍ଟି। ଉତ୍ତରପ୍ରଦେଶରେ ଅଧିକ ସିଟ୍‌ ମାଗିଲେ ଇଣ୍ଡିଆ ସହ ମେଣ୍ଟ ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ।

Akhilesh Yadav

ସୂତ୍ର ଅନୁଯାୟୀ ସମାଜବାଦୀ ପାର୍ଟି କଂଗ୍ରେସକୁ ଉତ୍ତରପ୍ରଦେଶରେ ୧୫ଟି ସିଟ୍‌ ଅଫର୍‌ କରିଛି। ଏହି ତାଲିକା ଧରାଇ ଏହା ତୁମର ଅନ୍ତିମ ତାଲିକା ବୋଲି କଂଗ୍ରେସକୁ କହିଛି ସପା। ଯଦି ଏହି ୧୫ଟି ଆସନକୁ ନେଇ କଂଗ୍ରେସ ରାଜ ହୁଏ ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ଅଲାଏନ୍ସ ସହ ମେଣ୍ଟ ହେବ। ଯଦି କଂଗ୍ରେସ ଏହାଠାରୁ ଗୋଟିଏ ବି ସିଟ୍‌ ଅଧିକ ମାଗେ ତେବେ ସପା ଏହାକୁ ଗ୍ରହଣ କରିବ ନାହିଁ ବୋଲି କହିଛି।

ଏହି ୧୫ଟି ଆସନକୁ ନେଇ ସହମତି ଅଛି ନା ନାହିଁ ସେ ନେଇ ଆଜି ସମାଜବାଦୀ ପାର୍ଟିକୁ ଉତ୍ତର ଦେବ କଂଗ୍ରେସ। ସିଟ୍‌ ଭାଗବଣ୍ଟାକୁ ନେଇ ନିଷ୍ପତ୍ତି ହେବା ପରେ ହିଁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ସାମିଲ ହେବେ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+