ଆଲୋଚନାରେ ପଡିଲା ପୂର୍ଣ୍ଣଚ୍ଛେଦ; ୧୪ ମହାରାଷ୍ଟ୍ର ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ, ଜାଣନ୍ତୁ ଜାଣନ୍ତୁ ଯାହାକୁ ମିଳିବ କେଉଁ ବିଭାଗ !

ମହାରାଷ୍ଟ୍ରରେ ମହାଯୁତୀ ସରକାର ଗଠନ ପରେ ଏବେ ସମସ୍ତଙ୍କ ନଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ରହିଛି। ଦେବେନ୍ଦ୍ର ଫଡନବୀଶଙ୍କ ନେତୃତ୍ୱରେ ମହାଯୁତୀ ସରକାରରେ କ୍ଷମତା ବଣ୍ଟାକୁଣ୍ଟାକୁ ନେଇ ସହମତି ହୋଇଯାଇଛି। ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ମିଳୁଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ନୂଆ ମନ୍ତ୍ରୀମଣ୍ଡଳ ୧୪ ଡିସେମ୍ବର ଶନିବାର ଶପଥଗ୍ରହଣ କରିବ। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅଲଗା ଅଲଗା ଭେଟିଥିଲେ। ଏହା ପରେ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଲାଗି ଡିସେମ୍ବର ୧୪କୁ ତାରିଖ ଘୋଷଣା ହୋଇଛି।

Maharashtra Assembly Election

ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ। ଏଣୁ ଏହା ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ଟି ଆସନ ରହିଛି। ଏଣୁ ସରକାରରେ ମୋଟ ୪୩ ଜଣ ମନ୍ତ୍ରୀ ସାମିଲ ହୋଇ ପାରନ୍ତି। ଏଥିରେ ପାର୍ଟି ଅନୁସାରେ ଦେଖିଲେ ବିଜେପିକୁ ସବୁଠୁ ଅଧିକ ୧୩୨ଟି ଆସନ ମିଳିଛି। ସିନ୍ଦେଙ୍କ ଶିବସେନାକୁ ୫୭ ଓ ଅଜିତଙ୍କ ଏନସିପିକୁ ୪୧ଟି ଆସନ ମିଳିଛି। ଏଥିରେ ଅଜିତ ଗୋଷ୍ଠୀ ବିଧାୟକଙ୍କ କହିବା କଥା ହେଲା ଅର୍ଥମନ୍ତ୍ରାଳୟ ନ ମିଳିଲେ ମହାଯୁତୀର ଅର୍ଥ ହିଁ କିଛି ନାହିଁ।

ଦେବେନ୍ଦ୍ର ଫଡନବୀଶ ବୁଧବାର ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ସଭାପତି ଜେ.ପି.ନଡ୍ଡା ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ଭେଟ କରିଥିଲେ। ଏବେ ମନେ କରାଯାଉଛି ଫଡନବୀଶଙ୍କ ଦିଲ୍ଲୀ ଗସ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଥିଲା। ଏହା ପରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଅଜିତ ପାୱାର ଡିସେମ୍ବର ୧୪ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+