ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲ ରାହୁଲ ଗାନ୍ଧି । ମୋଦିଙ୍କ ତୁଳନା ପକେଟ୍ ମାର୍ ସହ କରି ବଢିଲା ରାହୁଲଙ୍କ ଅଡୁଆ । ଏପରି ବୟାନ ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି କୋର୍ଟ । ଏହାସହ ଦିଲ୍ଲୀ ହାଇକୋର୍ଚ ମଧ୍ୟ ନିର୍ବାଚନ କମିଶନଙ୍କୁ ୮ ସପ୍ତାହ ମଧ୍ୟରେ ଏହି ମାମଲାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ ମୋଦିଙ୍କ ବିରୋଧରେ ପକେଟ୍ ମାର୍ ଭଳି ମନ୍ତବ୍ୟ ଦେଇଥିଲେ । ରାହୁଲ ଗାନ୍ଧିଙ୍କ ଏହି ବିବୃତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ନୂତନ ଆବେଦନ କରାଯାଇଛି। ଆବେଦନରେ ଥିବା ଅଭିଯୋଗକୁ ଗୁରୁତର ବୋଲି ବର୍ଣ୍ଣନା କରି ନିର୍ବାଚନରେ ପ୍ରଭାବ ପକାଇବା ଅଭିଯୋଗ ହୋଇଛି।

ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନଭେମ୍ବର 22 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଭଲ ନୁହେଁ। 8 ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାହୁଲ ଗାନ୍ଧି ନଭେମ୍ବକ ୨୧ରେ କହିଥିଲେ, ପିଏମ୍ ମୋଦି ଟିଭିରେ ଆସି ହିନ୍ଦୁ-ମୁସଲମାନ କୁହନ୍ତି କ କେତେବେଳେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ଯାଆନ୍ତି ମୋଦିଙ୍କ କାମ ହେଉଛି ଆପଣଙ୍କ ଧ୍ୟାନ ହଟାଇବା । ଏହାପୂର୍ବରୁ ମୋଦି ସରନେମକୁ ନେଇ ବିବାଦିୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ହେଲେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ମିଳିଥିଲା ବଡ଼ ଆଶ୍ୱସ୍ତି ହେଲେ ଏହି ମାମଲାରେ ଗୁଜୁରାଟ ହାଇକୋର୍ଟ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଯାହା ପରେ ତାଙ୍କର ସାଂସଦ ପଦ ହରାଇଥିଲେ ରାହୁଲ ।












Click it and Unblock the Notifications