ଦେଶର ସୁରକ୍ଷା ବ୍ୟବସ୍ଥାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଡିଆର୍ଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି;
ଉନ୍ନତ ପ୍ରଯୁକ୍ତି ବିଦ୍ୟାର ବିକାଶ କରି ଦେଶର ସୁରକ୍ଷା ବ୍ୟବସ୍ଥାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ-ଡିଆର୍ଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନୂଆଦିଲ୍ଲୀରେ ଆଜି ଡିଆର୍ଡିଓ ବୈଜ୍ଞାନିକମାନଙ୍କ ସମ୍ବର୍ଦ୍ଧନା ସମାରୋହକୁ ଉଦ୍ବୋଧନ ଦେବା ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,

ଏରନଟିକ୍ସରୁ ଆରମ୍ଭ କରି ଅତ୍ୟାଧୁନିକ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଡିଆର୍ଡିଓର ଦେଶ ମଧ୍ୟରେ ୪୫ଟି ପରୀକ୍ଷାଗାର ରହିଛି ଏବଂ ଏଗୁଡ଼ିକ ଦେଶର ପ୍ରତିରକ୍ଷା ସାମର୍ଥ୍ୟର ମେରୁଦଣ୍ଡ ପାଲଟିଛନ୍ତି । ଶ୍ରୀ ସିଂ କହିଛନ୍ତି, ଦେଶର ପ୍ରତିରକ୍ଷା ଇକୋସିଷ୍ଟମ୍କୁ ଆହୁରି ବିକଶିତ କରିବା ଲାଗି ଶିଳ୍ପ, ଶିକ୍ଷା ପ୍ରତିଷ୍ଠାନ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି ।












Click it and Unblock the Notifications