ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୨ ରେଳ କର୍ମଚାରୀ
Andhra Pradesh Railway Accident: ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା । ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ୧୪ ଛୁଇଁଛି ମୃତ୍ୟୁ ସଂଖ୍ୟା । ସେହିପରି ଦୁର୍ଘଟଣାରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୪ ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଥିବା ନେଇ ସୂଚନା ରହିଛି ।
ମୃତକ ରେଳକର୍ମଚାରୀ ହେଲେ ବିଶାଖପଟଣା-ରାୟଗଡ଼ା ଲୋକ ପାଇଲଟ୍ ଏବଂ ବିଶାଖାପାଟଣା-ପାଲାସା ପାସେଂଞ୍ଜର ଗାର୍ଡ଼ । ପ୍ରାଥମିକ ତଦନ୍ତ ଅନୁସାରେ ସିଗନାଲ୍ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏନେଇ ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିଚ୍ ସାହୁ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ରେଳ ଲାଇମ୍ ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଆଜି ଅପହାହ୍ନ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ସିପିଆଉଓ ସୂଚନା ଦେଇଛନ୍ତି ।
ରେଳ ଦୁର୍ଘଟଣା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ନମ୍ବର ଗୋଟିକ ହେଲା
ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939
ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052
ହେଲପ୍ଲାଇନ୍ ନଂ- 0674-2301625, 2301525, 2303069
ଏଥିସହ ରାୟଗଡ଼ା ହେଲପ୍ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି ।
ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications