ମସ୍କୋ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୧୫ ଛୁଇଁଲା
ଋଷର ରାଜଧାନୀ ମସ୍କୋରେ ଶୁକ୍ରବାର ଦିନ ହୋଇଥିବା ପ୍ରମୁଖ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 115 ରେ ପହଞ୍ଚିଛି। ଆକ୍ରମଣକାରୀମାନେ ଅଚାନକ ଗୁଳି ଚଳାଇଥିଲେ ଯେଉଁଥିରେ ଏପର୍ଯ୍ୟନ୍ତ ତିନି ପିଲାଙ୍କ ସମେତ 115 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ 11 ଜଣଙ୍କୁ ଅଟକ ରଖାଯାଇଛି। ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଘଟଣାସ୍ଥଳରେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ଦାୟୀ ବୋଲି ଦାବି କରିଛନ୍ତି। ଫେଡେରାଲ୍ ସିକ୍ୟୁରିଟି ସର୍ଭିସର ମୁଖ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶନିବାର କହିଛନ୍ତି ଯେ ଗିରଫ ହୋଇଥିବା 11 ଜଣଙ୍କ ମଧ୍ୟରୁ ଚାରିଜଣ ଏହି ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ସେନାର ୟୁନିଫର୍ମରେ ଥିଲେ । ଆକ୍ରମଣକାରୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିକଟରେ ପୁଟିନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ଆତଙ୍କବାଦୀ ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ବିଚାର କରାଯାଉଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ପୋଷାକ ପିନ୍ଧିଥିବା ଅନେକ ବନ୍ଧୁକଧାରୀ ମସ୍କୋର ଏକ ବଡ଼ କନସର୍ଟ ହଲ୍ ରେ ପଶିଥିଲେ । ଏହାପରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆକ୍ରମଣକାରୀମାନେ ବିସ୍ଫୋରକ ସାମଗ୍ରୀ ମଧ୍ୟ ବ୍ୟବହାର କରିଥିଲେ, ଯାହା ଫଳରେ କ୍ରୋକସ୍ ସିଟି ହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।
ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି । ରୁଷିଆର ଉଚ୍ଚସ୍ତରୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୁଷିଆର ସୁରକ୍ଷା ଏଜେନ୍ସି ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବେ ବିଚାର କରୁଛନ୍ତି । ଋଷର ସୁରକ୍ଷା ଏଜେନ୍ସି ସିଆଇଏ ଉପରେ ସନ୍ଦେହ କରୁଛି । ସିଆଇଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ବୋଲି ଏଜେନ୍ସିମାନେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଆମେରିକା କହିଛି ଯେ ଏହି ଆକ୍ରମଣରେ ୟୁକ୍ରେନର ସମ୍ପୃକ୍ତି ନେଇ କୌଣସି ସଙ୍କେତ ନାହିଁ ।












Click it and Unblock the Notifications