କ୍ୟାମ୍ପସରୁ ଉଦ୍ଧାର ହେଲା ପ୍ରେଫେସରଙ୍କ ସହ ୮ ବର୍ଷର ଝିଅର ମୃତ ଦେହ

ହରିୟାଣାର ହିସାର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରବିବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କାର୍ଯ୍ୟାଳୟରେ ଜଣେ ପ୍ରଫେସର ଏବଂ ତାଙ୍କର 8 ବର୍ଷର ଝିଅର ମୃତଦେହ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଏହି ସୂଚନା ଦେଇଛି। ମୃତକଙ୍କ ନାମ ହେଉଛି ସନ୍ଦୀପ ଗୋଏଲ (35), ଯିଏ ହିସାରର ଲାଲା ଲଜପାଟ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିଥିଲେ।

Haryana

ଗତକାଲି ସନ୍ଧ୍ୟାରେ ପ୍ରଫେସର ସନ୍ଦୀପ ଗୋଏଲ ଝିଅକୁ ବଜାରରେ ବୁଲାଇବାକୁ ନେଇଥିଲେ। ମାତ୍ର ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ସନ୍ଦୀପଙ୍କ ପତ୍ନୀ ବାରମ୍ବାର ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ବି ଉଠାଇ ନ ଥିଲେ।

ଏହାପରେ ଖୋଜାଖୋଜି କରିବାରୁ କ୍ୟାମ୍ପସ୍‌ରେ ଥିବା କାର୍ଯ୍ୟାଳୟରେ ଉଭୟ ବାପଝିଅଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିଲେ। ନାବାଳିକାର ବେକରେ ଛୁରୀ ଆଘାତ ଲାଗିଥିବା ବେଳେ ସନ୍ଦୀପଙ୍କ ପେଟ, ଛାତିରେ ଆଘାତ ଲାଗିଛି।

କେହି ଦୁର୍ବୃତ୍ତ ବାପଝିଅଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହାବାଦ ସନ୍ଦୀପ ଗତ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିବାରୁ ସେ ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଧାରୁଆ ଅସ୍ତ୍ରରେ ପ୍ରଥମେ ସେ ଝିଅକର ବେକ କାଟି ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି।

ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+