Get Updates
Get notified of breaking news, exclusive insights, and must-see stories!

ଜାନୁୟାରୀ ୨ରେ ଖୋଲିବ ଦେଶର ପ୍ରଥମ AIକ୍ଲିନିକ୍

ନୋଏଡାସ୍ଥିତ ଗଭର୍ଣ୍ଣମେଣ୍ଟ ଇନିଷ୍ଟେଟ୍ୟୁଟ ଅଫ ମେଡିକାଲ ସାଇନ୍ସ (ଜିମସ୍)ରେ ଜାନୁୟାରୀ ୨ ତାରିଖ ଦିନ ଦେଶର ପ୍ରଥମ କୁତ୍ରିମ ବୁଦ୍ଧିମତା (ଏଆଇ) କ୍ଲିନିକ୍ ଆରମ୍ଭ ହେବାକୁ ଯାଉଛି। ଏହି କ୍ଲିନିକ୍ ସେଣ୍ଟର ଫର ମେଡିକାଲ ଇନୋଭେସନ ଅଧିନରେ କାମ କରିବ ଓ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଟେକ୍ନୋଲଜିର ମଞ୍ଚ ବନିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ଡାକ୍ତର ଓ ହେଲଥ୍ ଟେକ୍ ଷ୍ଟାର୍ଟଅପଙ୍କୁ ଏକାଠି ଆଣିବା। ଯାହାଦ୍ୱାରା ମେଡିକାଲ ଆଧାରିତ ଏଆଇ ସମାଧାନକୁ ହସ୍ପିଟାଲର ବାସ୍ତବିକ ପରିବେଶରେ ପରଖାଯିବା ସହ ଲାଗୁ କରାଯିବ।

AI clinic

ଏହି ପ୍ରୋଜେକ୍ଟରେ ଆଇଆଇଟି କାନପୁର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ସଂସ୍ଥା ବୈଷୟିକ ମାର୍ଗଦର୍ଶନ ସହ ଶିକ୍ଷଣ ସହଯୋଗ ଓ ଷ୍ଟାର୍ଟଅପସ ଲାଗି ଇନକ୍ୟୁବେସନ ସପୋର୍ଟ କରିବ। ଏହାଦ୍ୱାରା ରିସର୍ଚ୍ଚ, ଟେକ୍ନୋଲଜି ଓ ହେଲଥ କେୟାର ମଧ୍ୟରେ ମଜଭୁତ ତାଳ ମେଳ ତିଆରି ହେବ। ଇଛୁକ ଷ୍ଟାର୍ଟଅପ ଓ ଇନୋଭେଟର୍ସଙ୍କ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଜିମସ୍ ସିଏମଇ ସିଇଓ ଡା. ରାହୁଲ ସିଂହଙ୍କ ଅନୁସାରେ ଏହି ଏଆଇ କ୍ଲିନିକର ସଞ୍ଚାଳନ ଦେଶ ଓ ବିଦେଶର ଅନୁଭବୀ ଡାକ୍ତରଙ୍କ ଦେଖରେଖରେ ହେବ।

ଏଥିରେ ଲଣ୍ଡନର ଡା. ଶିବା କୁମାର, ଚଣ୍ଡିଗଡ଼ର ଡା. ହର୍ଷ ଭୟାନଙ୍କ ସହିତ ଡା. ଦୀପ୍ତି ଚୁଗ୍ ଓ ଡା. ଅର୍ଚ୍ଚନା ଆଦି ସାମିଲ ଅଛନ୍ତି। ସରକାରୀ ହସ୍ପିଟାଲରୁ ଆରମ୍ଭ ହେଉଥିବା ଦେଶର ପ୍ରଥମ ଏଆଇ କ୍ଲିନିକ୍ ସବୁ ମାସରେ ଡାକ୍ତର ଓ ଷ୍ଟାର୍ଟଅପଙ୍କ ମଧ୍ୟରେ ସହଯୋଗ ଗତିବିଦ୍ଧି, ବାସ୍ତବିକ୍ ରୋଗୀ ଓ ହସ୍ପିଟାଲରେ ଏଆଇ ଟେକନିକ୍ ର ପରୀକ୍ଷଣ ଏବଂ ଉପଯୋଗର ସ୍ପଷ୍ଟ ପ୍ରକ୍ରିୟା। ରୋଗୀଙ୍କ ସୁରକ୍ଷା, ତଥ୍ୟର କୋପନୀୟତା ଓ ନୈତିକ ଏଆଇ ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି କ୍ଲିନିକ୍ ନା କେବଳ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+