ଆରମ୍ଭ ହେଲା କାଉଣ୍ଟଡାଉନ୍, ଆସନ୍ତାକାଲି ଉତକ୍ଷେପଣ ହେବ ଆତିତ୍ୟ-L1
ISRO Solar Mission Aditya L-1: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆଶନ୍ତା କାଲି ଅର୍ଥାତ୍ ଶନିବାର ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ-L1 । ଯେଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ରିହର୍ସଲ ମଧ୍ୟ ହୋଇସାରିଛି । ବର୍ତ୍ତମାନ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୂର୍ଯ୍ୟ ପୃଥିବୀଠାରୁ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ରହିଛି । ତେବେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ-L1 । ତେବେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆଦିତ୍ୟ-L1 । ତେବେ ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ୍-1ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ସେଠାରୁ ଯିବା ପାଇଁ ପ୍ରାୟ ୪ ମାସର ସମୟ ଲାଗିବା ନାଇ ସୂଚନା ରହିଛି ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ଏହି ସ୍ଥାନରେ ପ୍ରାୟତଃ ସମାନ । ସେହି ସ୍ଥାନରେ ପରାଗ ଓ ଏବଂ କୌଣସି ଗ୍ରହଣର ପ୍ରଭାବ ପଡୁନଥିବାରୁ ସୂର୍ଯ୍ୟର ଉପରେ ଗବେଷଣା କରାଯାଇ ପାରିବ ।
ଆଦିତ୍ୟ ଏଲ୍-1ରେ ମୋଟ୍ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥି ମଧ୍ୟରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ । ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁ଼ଡ଼ିକୁ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ । ଏହା ପୂର୍ବରୁ ଅନେକ ଦେଶ ଗବେଷଣା ପାଇଁ ସୂର୍ଯ୍ୟକୁ ମହାକଶଯାନ ପଠାଇସାରିଛନ୍ତି ।
ତେବେ ଇସ୍ରୋ ଚେୟାରମ୍ୟାନଙ୍କ ସୂଚନା ଅନୁସାରେ, ଆଦିତ୍ୟ L-1 ଉପଗ୍ରହ ଲଞ୍ଚ୍ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରକେଟ୍ ଏବଂ ସାଟେଲାଇଟ୍ ଉଭୟ ପ୍ରସ୍ତୁତ । ସେପଟେ ଶେଷ ରିହର୍ସଲ ମଧ୍ୟ ସରିଛି ଏବେ ଅପେକ୍ଷା ଲଞ୍ଚ୍ ସମୟକୁ ।












Click it and Unblock the Notifications