ମାତ୍ରା ୧୪ ଟଙ୍କାରେ ତିଆରି ହୋଇଥିଲା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ! ଜାଣନ୍ତୁ କାରଣ
Aurangzeb Tomb: ସାରେ ଦେଶରେ ବର୍ତ୍ତମାନ ଔରଙ୍ଗଜେବ କବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଔରଙ୍ଗଜେବଙ୍କୁ ତାଙ୍କ ଶେଷ ଇଚ୍ଛା ଅନୁସାରେ କବର ଦିଆଯାଇଥିଲା। କବର ଚାରିପାଖରେ ଏକ ଧଳା ଚାଦର ଘୋଡ଼ାଇ ରଖାଯାଇଛି।
ମୋଗଲମାନେ ଭାରତକୁ ୩୦୦ ବର୍ଷରୁ ଅଧିକ ସମୟ ଧରି ଶାସନ କରିଥିଲେ। ଦିଲ୍ଲୀ ଏବଂ ଆଗ୍ରା ସେମାନଙ୍କ ମୁଖ୍ୟ ସ୍ଥାନ ଥିଲା ।
ହୁମାୟୁନ୍, ଆକବର ଏବଂ ଶାହଜାହାନ ନିଜ ପାଇଁ ଭବ୍ୟ ସମାଧି ନିର୍ମାଣ କରିଥିଲେ କିନ୍ତୁ ଔରଙ୍ଗଜେବଙ୍କ ସମାଧିର ମୂଲ୍ୟ ମାତ୍ର ୧୪ ଟଙ୍କା ଏବଂ ୧୨ ଅଣା ଥିଲା।
ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହେଉଛି ଔରଙ୍ଗଜେବ ଭାରତର ମୋଗଲ ଶାସକ ଥିଲେ। ସେ ଦିଲ୍ଲୀର ସିଂହାସନ ବସିଥିଲେ ହେଲେ ତାଙ୍କର
ସମାଧି ମହାରାଷ୍ଟ୍ରରେ କାହିଁକି ତିଆରି କରାଗଲା।

ଦିଲ୍ଲୀରୁ ୧,୧୫୩ କିଲୋମିଟର ଦକ୍ଷିଣରେ ମହାରାଷ୍ଟ୍ରର ସମ୍ଭାଜୀନଗର ଜିଲ୍ଲା। ଏହି ଜିଲ୍ଲାର ଖୁଲଦାବାଦରେ ଔରଙ୍ଗଜେବଙ୍କ ସମାଧି ଅବସ୍ଥିତ। ଦିଲ୍ଲୀରେ ସତ୍ତା ହାସଲ କରିବା ପାଇଁ ଔରଙ୍ଗଜେବ ତାଙ୍କ ପିତା ଶାହଜାହାନଙ୍କୁ ବନ୍ଦୀ କରିଥିଲେ, ତାଙ୍କ ଭାଇଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ହେଲେ ନିଜ ଶେଷ ସମୟରେ ଦିଲ୍ଲୀ ଦେଖିପାରି ନ ଥିଲେ ଔରଙ୍ଗଜେବ।
୧୬୫୮ ମସିହାରେ, ଔରଙ୍ଗଜେବ ଷଷ୍ଠ ମୋଗଲ ଶାସକ ହେଲେ। ସେ ସାରା ଭାରତରେ ରାଜ କରିବା ପାଇଁ ଚାହୁଁଥିଲେ । ସେ ନିଜ ନାଁ ଆଲମଗୀର ମଧ୍ୟ ରଖିଥିଲେ ଯାହାର ଅର୍ଥ ହେଉଛି ବିଶ୍ୱ ବିଜେତା କିନ୍ତୁ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ଔରଙ୍ଗଜେବଙ୍କ ବିଶ୍ୱ ବିଜୟର ସ୍ୱପ୍ନ ଅନେକ ଥର ଭାଙ୍ଗି ଯାଇଥିଲା।
ଔରଙ୍ଗଜେବ ୧୭୦୭ ମସିହା ମାର୍ଚ୍ଚ ୩ ତାରିଖରେ ମହାରାଷ୍ଟ୍ରର ଅହମଦନଗରରେ ୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଇତିହାସ ଅନୁସାରେ, ନିଜର ସାରା ଜୀବନ ନିଷ୍ଠୁରତାର କଳା ଅଧ୍ୟାୟ ଲେଖିଥିବା ଔରଙ୍ଗଜେବ ଶେଷରେ ସୁଫି ସନ୍ଥଙ୍କ ପ୍ରଭାବରେ ଆସିଥିଲେ। ସୁଫିଙ୍କ ପ୍ରତି ତାଙ୍କ ଭଲ ପାଇବା ପାଇଁ ସେ ଖୁଲଦାବାଦରେ ସୁଫି ସନ୍ଥ ଜୈନୁଦ୍ଦିନ ଶିରାଜିଙ୍କ ଦରଖା ନିକଟରେ କବର ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଔରଙ୍ଗଜେବଙ୍କ ଶରୀରକୁ ଅହମଦନଗରରୁ ୧୨୫ କିଲୋମିଟର ଦୂର ଖୁଲଦାବାଦରେ କବର ଦିଆଯାଇଥିଲା।
ଔରଙ୍ଗଜେବଙ୍କୁ ତାଙ୍କ ଶେଷ ଇଚ୍ଛା ଅନୁସାରେ କବର ଦିଆଯାଇଥିଲା।
ମୃତ୍ୟୁ ପୂର୍ବରୁ ଔରଙ୍ଗଜେବ ତାଙ୍କର ଇଚ୍ଛାପତ୍ରରେ ଲେଖିଥିଲେ, ତାଙ୍କ ମୃତ୍ୟୁ ପରେ କୌଣସି ପ୍ରକାରର ଆଡ଼ମ୍ବର ପାଳନ କରାଯିବ ନାହିଁ । ଏପରିକି କୌଣସି କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜନ କରାଯିବ ନାହିଁ । ବର୍ତ୍ତମାନ ବିବାଦ ପରେ ଔରଙ୍ଗଜେବଙ୍କ ସମାଧିର ସୁରକ୍ଷା ବୃଦ୍ଧି କରାଯାଇଛି।
ସୂଚନା ଅନୁସାରେ ୧୯୦୪-୦୫ ମସିହାରେ ଲର୍ଡ କର୍ଜନ ଔରଙ୍ଗଜେବଙ୍କ କବର ଦିଆଯାଇଥିବା ସ୍ଥାନକୁ ଆସିଥିଲେ ଯାହା ପରେ ଉକ୍ତ ସ୍ଥାନରେ ମାର୍ବଲ ପଥର ସ୍ଥାପନ କରାଯାଇଥିଲା ।












Click it and Unblock the Notifications